ETV Bharat / city

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ କ୍ରୀଡ଼ାବିତଙ୍କୁ ପୁରସ୍କାର

author img

By

Published : Mar 6, 2022, 8:48 AM IST

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ାବିତଙ୍କୁ ପୁରସ୍କାର। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି। ଅଧିକ ପଢ଼ନ୍ତୁ

athletes awarded on the occasion of biju patnaik jayanti
ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ାବିତଙ୍କୁ ପୁରସ୍କାର

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ାବିତଙ୍କୁ ପୁରସ୍କାର। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 106ତମ ଜୟନ୍ତୀ ଅବସରରେ ସଫଳ କ୍ରୀଡ଼ାବିତଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଫେଡେରେସନ କପ ଭଲିବଲ ଚାମ୍ପିଆନସିପରେ ବ୍ରୋଞ୍ଜ ପଦକ ପାଇଥିବା ରାଜ୍ୟ ମହିଳା ଓ ପୁରୁଷ ଦଳକୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଚେସ ତାରକା ତଥା ମହିଳା ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତଙ୍କୁ ୨୦୨୧ ମସିହାରେ ତାଙ୍କର ସଫଳତା ପାଇଁ ୬୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି ।

ରଗବୀ ଖେଳାଳୀ ତିଳୋତ୍ତମା ସାହୁଙ୍କୁ ୩୮ ହଜାର ୫୦୦ ଏବଂ ଭାଗ୍ୟଲକ୍ଷ୍ମୀ ବାରିକଙ୍କୁ ୩୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି । ତୀରନ୍ଦାଜରେ ରଞ୍ଜିତ ନାୟକଙ୍କୁ ୪୭ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ସୂର୍ଯ୍ୟମଣି ମାଝୀଙ୍କୁ ୨୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି ।

ନିକଟରେ ଶେଷ ହୋଇଥିବା ଏଫଆଇଏଚ ଓଡ଼ିଶା ଜୁନିୟର ପୁରୁଷ ହକି ବିଶ୍ବକପରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଖେଳାଳୀ ଅଭିଷେକ ଲାକ୍ରାଙ୍କୁ ୧୨ହଜାର ୫୦୦ଟଙ୍କା ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି(ଶନିବାର) ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ ଅନ୍ତେବାସୀ ଓ କ୍ରୀଡ଼ାବିତଙ୍କୁ ନେଇ ଏକ ଦୌଡ଼ର ଆୟୋଜନ କରାଯାଇଥିଲା । ପୂର୍ବାହ୍ନ ୭ ଘଟିକା ସମୟରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ବିଜୁ ପଟ୍ଟନାୟକଙ୍କ ପ୍ରତିଛବିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଏହି ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି ଅପରାହ୍ନରେ କ୍ରୀଡ଼ା ଓ ଯୁବସେବା ଏକାଦଶ ଏବଂ ଏଚ୍‌ପିସି ଏକାଦଶ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରୀଡ଼ା ଓ ଯୁବସେବା ଏକାଦଶ ୩-୨ ପେନାଲଟି ସୁଟଆଉଟରେ ବିଜୟୀ ହୋଇଥିଲା । ଏଥିସହ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.