ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ୟୁନିଟ 3 ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଟଳ ଟିଂକରି ଲ୍ୟାବ ଉଦ୍ଘାଟିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହି ଏହାର ଉଦଘାଟନ କରିଛନ୍ତି । ପିଲାଙ୍କ ଭବିଷ୍ୟତ ନିର୍ମାଣରେ ଏହା ସାହାଯ୍ୟ କରିବାକୁ ଥିବାବେଳେ ସ୍କୁଲରେ ହେବ ଭର୍ଚ୍ଚୁଆଲ ଲ୍ୟାବ୍ । ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁ ରହିଛି । ୟୁନିଟ 3 ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ିଶାରେ ପ୍ରଥମ ଶିଶୁ ମନ୍ଦିର ଭାବେ ଟିଙ୍କରିଂ ଲ୍ୟାବ୍ ଉଦଘାଟନ ହୋଇଛି । ବିଜ୍ଞାନ ପ୍ରତି ପିଲାଙ୍କ ପ୍ରେମ ବଢାଇବା ପାଇଁ ଅଟଳ ଟିକେରିଂ ଲ୍ୟାବର ପରିକଳ୍ପନା କରିଥିଲେ କେନ୍ଦ୍ର ସରକାର ।
ଏହି ଲ୍ୟାବରେ ଛାତ୍ର ଛାତ୍ରୀ ମାନେ ବିଶେଷ ଭାବରେ ରୋବଟିକ୍ସ, ଇଲୋକଟ୍ରନିକ୍ସ, ଏ ଆଇ- ଏମ ଏଲ, ଥ୍ରୀଡି ପ୍ରିଣ୍ଟିଂ, ସର୍କଟି ଡ଼ିଜାଇନିଂ, ଡ୍ରୋନ ଭଳି ଅନେକ ବୈଜ୍ଞାନିକ ଜ୍ଞାନ କୌଶଳର ଟ୍ରେନିଂ ନେଇ ପାରିବେ । ପଞ୍ଚମ ଶ୍ରେଣୀ ରୁ 10 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ପଢିପାରିବେ । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା 8306 ଲ୍ୟାବ୍ ହୋଇସାରିଲାଣି । ଏହି ଅବସରରେ ନୂତନ ଜାତୀୟ ଶିକ୍ଷାନୀତି 2020 ପିଲାଙ୍କ ଭବିଷ୍ୟତ ନିର୍ମାଣରେ କିପରି ସାହାଯ୍ୟ କରିବ ସେନେଇ ପ୍ରୟାସ କରାଯାଉଛି ବୋଲି ଆଲୋକପାତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ସ୍କୁଲରେ ହେବ ଭର୍ଚୁଆଲ ଲ୍ୟାବ୍ । ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ ବହି ଏବଂ 600 ଏକ୍ସପେରିମେଣ୍ଟ ରହିଛି । ତେଣୁ ଅଟଳ ଟିଙ୍କରିଂ ଲ୍ୟାବ ଏବଂ ସାଇନ୍ସ ଲ୍ୟାବ୍ କିଛି ପରୀକ୍ଷା ବିଷୟରେ ଜାଣିବା ପାଇଁ ଏକ ପଦକ୍ଷେପ । ଭାରତ ବୈଷୟିକ କ୍ଷେତ୍ରରେ ଉପରକୁ ଆସୁଛି 80 ନମ୍ଵରରୁ 40କୁ ଆସିଲାଣି । ଏପରି କାର୍ଯ୍ୟକ୍ରମ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ନହେଲେ ବହୁ ବେସରକାରୀ ସଂସ୍ଥା ବ୍ୟବସାୟ କରି ଫାଇଦା ନେଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ବର ୟୁନିଟ 3 ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଟଳ ଟିଂକରି ଲ୍ୟାବ ଉଦ୍ଘାଟିତ ହୋଇଛି । କେନ୍ଦ୍ର ଶିକ୍ଷା ଉଦ୍ୟମଶୀଳତା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହି ଉଦଘାଟନ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଡକ୍ଟର ଗୋପାଳ ପ୍ରସାଦ ମହାପାତ୍ର ମଧ୍ୟ ସମ୍ମାନ୍ନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ