ETV Bharat / city

ଓସିଏ ନିର୍ବାଚନ; ଭୋଟ ଦେବେ ଆଶୀର୍ବାଦ ବେହେରା ! - ଆଶୀର୍ବାଦ ବେହେରା ଗିରଫ

ଗିରଫ ପରେ ବି ଭୋଟ ଦେଇପାରନ୍ତି ଆଶୀର୍ବାଦ ବେହେରା । ଆସନ୍ତା ୨୭ ତାରିଖରେ ଓସିଏ ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ଦେବାକୁ ଜେଲ ବିଭାଗକୁ ଅନୁମତି ମାଗିଛନ୍ତି ସେ।

ଡ଼ିଜାଇନ ଫଟୋ
author img

By

Published : Sep 25, 2019, 1:53 PM IST

Updated : Sep 25, 2019, 5:25 PM IST

ଭୁବନେଶ୍ବର: ଓସିଏ ନିର୍ବାଚନରେ ଭୋଟ ଦେଇପାରନ୍ତି ଆଶୀର୍ବାଦ ବେହେରା । ଏନେଇ ଜେଲ ବିଭାଗକୁ ଚିଠି ଲେଖିଛନ୍ତି ପୂର୍ବତନ ଓସିଏ ସମ୍ପାଦକ ତଥା ଏଟି ଚିଟଫଣ୍ଡରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରା । ଏହା ସହ ଓସିଏ ପକ୍ଷରୁ ମଧ୍ୟ ଆଶୀର୍ବାଦଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରାଯାଇଛି ।

ତେବେ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ଓସିଏ ନିର୍ବାଚନ । ଏପଟେ ଗିରଫ ପରେ ଆଶୀର୍ବାଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବ୍ୟକ୍ତିଗତ ଭାବେ ବାଲାଟ ଅଣାଯାଇ ଭୋଟ ଦେଇପାରନ୍ତି ବୋଲି ସୂଚନା ମିଳିଛି।

ତେବେ ଓସିଏ ନିର୍ବାଚନରେ ମୋଟ 6ଟି ପଦ ପାଇଁ 12 ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ 2ଜଣ, ଉପସଭାପତି 2 ଜଣ, ସମ୍ପାଦକ ପାଇଁ 2 ଜଣ, ଯୁଗ୍ମ ସମ୍ପାଦକ 2ଜଣ ଓ ଟ୍ରେଜରର୍ ପାଇଁ 3 ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେହିପରି ସମ୍ପାଦକ ପଦ ପାଇଁ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ଲଢୁଥିବା ବେଳେ ବିପକ୍ଷରେ ଅଛନ୍ତି ନବ ରଞ୍ଜନ ପଟ୍ଟନାୟକ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଓସିଏ ନିର୍ବାଚନ ଭୋଟ ଦେବେ ଆଶିର୍ବାଦ ବେହେରା !Body:

ଓସିଏ ନିର୍ବାଚନ ନେଇ ଭୋଟ ଦେଇପାରନ୍ତି ଆଶିର୍ବାଦ ବେହେରା।ଏନେଇ ଜେଲ ବିଭାଗକୁ ଚିଠି ଲେଖିଛନ୍ତି ପୁର୍ରବତନ ଓସିଏ ସମ୍ପାଦକ ତଥା ଏଟି ଚିଟଫଣ୍ଡରେ ଗିରଫ ଆଶିର୍ବାଦ ବେହେରା। ଏହା ସହ ଓସିଏ ପକ୍ଷରୁ ମଧ୍ଯ ଆଶିର୍ବାଦଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି।ତେବେ ଆସନ୍ତା ୨୭ ତାରିଖରେ ହେବ ଓସିଏ ନିର୍ବାଚନ।ଏପଟେ ସ୍ବାସ୍ଥ ଅବସ୍ଥା ଖରାପ ଯୋଗୁ ଆଶିର୍ବାଦ କ୍ଯାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ବ୍ଯକ୍ତିଗତ ଭାବେ ବାଲାଟ ଅଣାଯାଇ ଭୋଟ ଦେଇପାରନ୍ତି ବୋଲି ସୁଚନା ମିଳିଛି।ତେବେ ଓସିଏ ନିର୍ବାଚନ ନେଇନ ମୋଟ ୬ଟି ପଦ ପାଇଁ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ୨ଜଣ, ଉପସଭାପତି ୨ ଜଣ, ସଂପାଦକ ପାଇଁ ୨ ଜଣ, ଯୁଗ୍ମ ସଂପାଦକ ୨ ଜଣ, ଟ୍ରେଜରର୍ ପାଇଁ ୩ ଜଣ, ଆପେକ୍ସ କାଉନସିଲ ପାଇଁ ଜଣେ ଦାଖଲ କରିଛନ୍ତି ।ସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ପ୍ରଦୀପ ଚୌହାନ ନାମାଙ୍କନ ଦାଖଲ କରିଥିବାବେଳେ । ସମ୍ପାଦକ ପଦ ପାଇଁ ଆଶିର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ଲଢୁଥିବା ବେଳେ ବିପକ୍ଷରେ ଅଛନ୍ତି ନବ ରଂଜନ ପଟ୍ଟନାୟକ ।Conclusion:
Last Updated : Sep 25, 2019, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.