ଭୁବନେଶ୍ବର: ଚାକିରି କରନ୍ତି କଣ୍ଟ୍ରୋଲ ରୁମରେ । ହେଲେ ମହିଳାଙ୍କୁ କଲ କରନ୍ତି ଅଶ୍ଳୀଳ ଢଙ୍ଗରେ। ଫେସବୁକରେ କମେଣ୍ଟ ଆଉ ହ୍ବାଟ୍ସପରେ ଚାଟିଂ। ଟିକଟକରେ ଡୁଏଟ ଆରମ୍ଭ କରି ଫୋନକଲରେ ମହିଳାଙ୍କ ପିଛା କରୁଥିଲେ ରସିକିଆ ଏଏସଆଇ। ଏମିତି ଜଣେ ରସିକିଆ ଏଏସଆଇଙ୍କୁ ଅଭିଯୋଗ ପରେ ମହିଳା ଥାନା ଅଟକ ରଖିଛି । ସେପଟେ ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରଛନ୍ତି ଏସଏଫଏସଏଲ ଆଇଜି । ଅଭିଯୁକ୍ତଙ୍କ ନାଁ ସୁବ୍ରତ ଜ୍ଞାନ ରଞ୍ଜନ। ଓଡିଶା ପୋଲିସରେ କାମ କରନ୍ତି ସେ ।
ଅଫିସିଆଲ କଲ ସେଣ୍ଟରରୁ ବି କଲ କରି ମହିଳାଙ୍କୁ ଅଶ୍ଳୀଳ କଥା କୁହନ୍ତି । ଏପରିକି ମହିଳାଙ୍କୁ ତାଙ୍କ ସହ କଥା ହେବାକୁ ବାଧ୍ୟ କରିବା ସହ ତାଙ୍କ ସହ ଦେଖା କରିବା ସହ ସମୟ ବିତାଇବାକୁ ବାଧ୍ୟ କରନ୍ତି । ମହିଳା ଜଣଙ୍କ ପୁର୍ବରୁ ତାଙ୍କ ନାରେ ଅଭିଯୋଗ କରିବା ପରେ ସେ ଭୁଲ ମାଗିଥିଲେ କିନ୍ତୁ ପୁଣି ଏମିତି କାମ କରିବା ଆରମ୍ଭ କରିଥିଲେ ।
ମହିଳା ବାରଣ କରିବା ସତ୍ତ୍ବେ ଭିନ୍ନ ଭିନ୍ନ ନମ୍ବରରୁ କଲ ସହ ସମ୍ପର୍କୀୟଙ୍କୁ ବି କଲ କରି ଗାଳିଗୁଲଜ କରୁଛନ୍ତି । ଏନେଇ ଜଗତପୁର ଓ ଚାଉଳିଆଗଞ୍ଜ ପୋଲିସର ଦ୍ବାରସ୍ଥ ହୋଇଥିଲେ ମହିଳା କିନ୍ତୁ କେହି ନଶୁଣିବାରୁ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଯାହାକୁ ଆଧାର କରି ମହିଳା ଥାନାରେ କେସ ନମ୍ବର ୨୯/୨୦ ରେ ମାମଲା ରୁଜୁ କରି ଏଏସଆଇଙ୍କୁ ମହିଳା ଥାନା ପୋଲିସ ଅଟକ ରଖିଥିବା ବେଳେ ନିଲମ୍ବିତ କରିଛନ୍ତି ଏସଏଫଏସଏଲ ଆଇଜି । ଏନେଇ ସମ୍ପୃକ୍ତ ଏସଏସଆଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ