ଭୁବନେଶ୍ବର: ମହାମାରୀ କୋରୋନା ଭାଇରସର କୌଣସି ପ୍ରକାର ଔଷଧ ବା ଆଣ୍ଟି ଭାଇରସ ଉଦ୍ଭାବନ ହୋଇ ନାହିଁ । ଆଉ ଏହାର ପ୍ରତିକାର ସ୍ବରୂପ ସଂକ୍ରମଣକୁ ପ୍ରତିହତ ପାଇଁ ବିଭିନ୍ନ ପ୍ରକାର ସଚେତନତା ଅବଲମ୍ବନ କରିବାକୁ ବାରମ୍ବାର କୁହାଯାଉଛି । କୋରୋନା ଆକ୍ରାନ୍ତକାରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ବିଭିନ୍ନ ପ୍ରକାର ପାରା ମେଡିକାଲ କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଏହାର ମୁକାବିଲା କରୁଥିବା ଦେଖିବାକୁ ମିଳୁଛି । ତେବେ ରାଜଧାନୀ ଭୁବନେଶ୍ବରର ଏମିତି ଜଣେ କୋରୋନା ଯୋଦ୍ଧା ନିଜ ଜୀବନକୁ ପରବା ନ କରି ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ସେ ହେଉଛନ୍ତି ଆଶାକର୍ମୀ ମିନତୀ ହାତୀ ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୋରୋନା ସଂକ୍ରମିତ ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ କୌଣସି ପ୍ରକାର ରୋଗର ସଂକେତ ଦେଖାଦେଲେ ତାଙ୍କୁ କହିବାକୁ କିମ୍ବା ସରକାରଙ୍କ ସହ ଯୋଗାଯୋଗ କରିବାକୁ ବୁଝାଉଛନ୍ତି । ତେବେ ସେ ଆହୁରି ଏହାକୁ ଭଲ ଭାବେ ବୁଝାଇବା ପାଇଁ ନିଜେ ଲେଖିଥିବା ଗୀତ ଗାଇ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଆଉ ଲୋକମାନେ ତାଙ୍କ କଥା ମାନିବା ସହ ସହଯୋଗ କରିଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ