ETV Bharat / city

ପଞ୍ଚଭୂତରେ ବିଲୀନ ହେଲେ ଅରୁଣ, ମୁଖାଗ୍ନି ଦେଲେ ଦୁଇ କର୍ମୀ - Mla Arun day

ଆଉ ନାହାନ୍ତି ବାଲେଶ୍ବରର ବିଶିଷ୍ଟ ଜନନେତା ଅରୁଣ ଦେ । କୋଭିଡ ସଂକ୍ରମଣ ସମ୍ଭାବନା ନେଇ ଭୁବନେଶ୍ବର ସ୍ଥିତ ସତ୍ୟନଗର ଶଶ୍ମାନରେ ହେଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ...

ପଞ୍ଚଭୂତରେ ବିଲୀନ ହେଲେ ଅରୁଣ, ମୁଖାଗ୍ନି ଦେଲେ ଦୁଇ କର୍ମୀ

author img

By

Published : Aug 3, 2021, 10:21 PM IST

ଭୁବନେଶ୍ବର: ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଜନନେତା ଅରୁଣ ଦେ ଙ୍କ ଅନ୍ତିମ ସଂସ୍କାର ଆଜି (ମଙ୍ଗଳବାର) ଭୁବନେଶ୍ବର ସ୍ଥିତ ସତ୍ୟ ନଗର ଶ୍ମଶାନରେ ହୋଇଛି । ପରିବାରବର୍ଗ, ଶୁଭେଚ୍ଛୁ ଓ ଦଳୀୟ ନେତା ଏବଂ କର୍ମୀଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅରୁଣ ଦେ ଅବିବାହିତ ଥିବାରୁ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କର ଦୁଇ ଜଣ କର୍ମୀ ଜିତୁ ଓ ଟୁଲିଆ । ଅରୁଣଙ୍କ ସହ ଦୀର୍ଘ ୩୦ ବର୍ଷ ଧରି ଓତଃପ୍ରୋତ ଭାବେ ଜଡ଼ିତ ଥିବା ଜିତୁ ଓ ଟୁଲିଆ ନିଜର ପ୍ରିୟ ନେତାଙ୍କୁ ମୁଖାଗ୍ନି ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ସୋମବାର ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅରୁଣଙ୍କ ପରଲୋକ ହୋଇଥିଲା ।

ତେବେ କୋଭିଡ୍ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଅରୁଣଙ୍କ ମରଶରୀର ତାଙ୍କ ଜନ୍ମଭୂମିକୁ ପଠାଯାଇନାହିଁ । ବାଲେଶ୍ଵର ଜିଲ୍ଲାରେ ସେ ଜଣେ ଜନପ୍ରିୟ ନେତା ଭାବେ ତାଙ୍କର ଯଶ ରହିଥିବାରୁ ତାଙ୍କ ମରଶରୀରର ଶେଷ ଦର୍ଶନ ପାଇଁ ଗାଁରେ ଅସମ୍ଭାଳ ଭିଡ଼ ହେବା ନେଇ ସମ୍ଭାବନା ଥିଲା । ଏହାକୁ ଦୃଷ୍ଟିରେ ରଖି ତାଙ୍କ ଭଉଣୀ ମରଶରୀର ବାଲେଶ୍ବର ଆଣିବାକୁ ମନା କରିଥିଲେ । ମଙ୍ଗଳବାର ଭୋରରୁ ଅରୁଣଙ୍କ ମୃତଦେହ ବାଲେଶ୍ବର ଶାନ୍ତିକାନନସ୍ଥ ବାସଭବନକୁ ଯିବ ବୋଲି ପ୍ରଚାର ହୋଇଥିଲା ।

ତେଣୁ ସକାଳ ସମୟରେ ତାଙ୍କ ଶୁଭେଚ୍ଛୁ ସେଠାରେ ଭିଡ଼ ଜମାଇଥିଲେ । ହେଲେ ସତ୍ୟ ନଗରରେ ଶେଷକୃତ୍ୟ ହେବାରୁ ତାଙ୍କର ଅନେକ ଶୁଭେଚ୍ଛୁଙ୍କୁ ନିରାଶ ହେବାକୁ ପଡିଛି । ଆଜି(ମଙ୍ଗଳବାର) ପୂର୍ବାହ୍ନରେ ସତ୍ୟନଗର ଶ୍ମଶାନରେ ଅରୁଣ ଦେଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପରିବାର ଲୋକଙ୍କ ସମେତ ବହୁ ମାନ୍ୟଗଣ୍ୟ ଓ ତାଙ୍କୁ ଭଲପାଉଥିବା ବହୁ ବ୍ୟକ୍ତି ସତ୍ୟନଗର ଶ୍ମଶାନରେ ଶେଷଦର୍ଶନ କରିଛନ୍ତି । ବିଜେଡିର ବହୁ ନେତା ଓ ବିଧାୟକ ସତ୍ୟନଗରରେ ଉପସ୍ଥିତ ଥିଲେ ।

ପଞ୍ଚଭୂତରେ ବିଲୀନ ହେଲେ ଅରୁଣ, ମୁଖାଗ୍ନି ଦେଲେ ଦୁଇ କର୍ମୀ
ପଞ୍ଚଭୂତରେ ବିଲୀନ ହେଲେ ଅରୁଣ, ମୁଖାଗ୍ନି ଦେଲେ ଦୁଇ କର୍ମୀ

ସେପଟେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ବାଲେଶ୍ଵର ବ୍ଳକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏବଂ ବିଭିନ୍ନ ଟ୍ରେଡ୍ ୟୁନିୟନର ସଦସ୍ୟ, ପରିବାରର ସଦସ୍ୟମାନେ ପ୍ରମୁଖ ଭୁବନେଶ୍ବର ଯାଇ ତାଙ୍କ ମରଶରୀରର ଶେଷ ଦର୍ଶନ କରିଛନ୍ତି।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.