ETV Bharat / city

ଜେଲ ନା ବେଲ: କ’ଣ ହେବ କମଳାକାନ୍ତଙ୍କ ଭାଗ୍ୟ ?

author img

By

Published : Sep 19, 2019, 5:36 PM IST

ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ସହିତ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ । ଏବେ କମଳାକାନ୍ତ ଦାସଙ୍କ ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣ ଓ ତାଙ୍କୁ ବେଲ ପ୍ରଦାନ ଦିଗରେ ଯୁକ୍ତି ନଜରରେ ରଖି ଜାମିନ ପ୍ରଦାନ କରିବା ପାଇଁ ଅପିଲ କରାଯାଇଛି । ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରଖାଯାଇଥିବା ତାଙ୍କ ଓକିଲ ଜ୍ଞାନ ମହାନ୍ତି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର କଟକରୁ ଗିରଫ କରିଥିଲା ସିବିଆଇ । ଆଶୀର୍ବାଦଙ୍କ ସହିତ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଥିଲା ସିବିଆଇ । ଏବେ କମଳାକାନ୍ତ ଦାସଙ୍କ ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣକୁ ନଜରରେ ରଖି ଜାମିନ ପ୍ରଦାନ କରିବା ପାଇଁ ଅପିଲ କରାଯାଇଛି । ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରଖାଯାଇଥିବା ତାଙ୍କ ଓକିଲ ଜ୍ଞାନ ମହାନ୍ତି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, କିଛି ଦିନ ତଳେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପ୍ରାଥମିକ ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲା । ଆଶୀର୍ବାଦଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମରେ ଏହି ଚାର୍ଜସିଟ ଦାଖଲ କରିଥିଲା ସିବିଆଇ । ଅନ୍ୟ ଦୁଇ ଜଣ ଥିଲେ ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ । ୨୦୧୪ ରେ ସମ୍ବିତଙ୍କୁ ଗିରଫ କରାଯାଇଥିଲା ବେଳେ ଗୁରୁବାର ଆଶୀର୍ବାଦ ଓ କମଳାକାନ୍ତଙ୍କୁ ଗିରଫ କରାଯାଇଛି ।

ଏବେ ଏହି ଗିରଫ ପରେ କମଳାକାନ୍ତଙ୍କ ଓକିଲ ପକ୍ଷ ରଖିଛନ୍ତି । ଯେହେତୁ ସିବିଆଇର ଜେରା ସମୟରେ କମଳାକାନ୍ତ ସମସ୍ତ ପ୍ରକାର ସହଯୋଗ କରିଥିଲେ ତାଙ୍କ ନାମରରେ ଏନବିଡବ୍ଲ୍ୟୁ ଜାରି କରି ଗିରଫ କରିବା ଅନୁଚିତ ଥିଲା । ଏହାସହ କମଳାକାନ୍ତ ଦାସଙ୍କ ଲିଭର ସମସ୍ୟା ପାଁଇ ସେ ହସ୍ପିଟାଲରେ ରହିଥିବା କାରଣ ଦର୍ଶାଇଛନ୍ତି । ଏତ୍‌ଦବ୍ୟତୀତ ତାଙ୍କ ନାମରେ କୌଣସି ପ୍ରକାର ଅଭିଯୋଗ ନଥିବାରୁ ପୂର୍ବରୁ ତାଙ୍କୁ ସିବିଆଇ ଗିରଫ କରିନଥିବା କଥା ସେ କହିଛନ୍ତି । ଏହାସହ ସେ ସିବିଆଇ ଅଭିଯୋଗ ଉପରେ କହିଛନ୍ତି ଯେ କମଳାକାନ୍ତ ଦାସ କୌଣସି ଟଙ୍କା ହଡପ କରିନାହାନ୍ତି । ସମସ୍ତ କାଗଜ ରହିଛି ଓ କୋର୍ଟରେ ଦାଖଲ କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ସୋନାଲ ଇନ୍‌ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କ ନାମରେ 5 କୋଟି 75 ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ପାୱାର ଅଫ ଆଟୋନମି ବଳରେ ବାଲେଶ୍ବର ଏବଂ ଭୁବନେଶ୍ବରେ ଦୁଇଟି ଜମି ଏଟି ମୁଖ୍ୟ ଠାରୁ ଆଣିଥିଲେ କମଳାକାନ୍ତ । ପରବର୍ତ୍ତୀ ମୁହୂର୍ତ୍ତରେ ଜମି ବିକ୍ରି କରିଥିଲେ ମଧ୍ୟ ଟଙ୍କାଟିଏ ବି ଏଟି ମୁଖ୍ୟକୁ ଦେଇନଥିଲେ । ଗିରଫ ପରେ ପ୍ରଦୀପ ସେଠୀ ସିବିଆଇ ଆଗରେ ଏସବୁ ଖୁଲାସା କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କମଳାକାନ୍ତଙ୍କ ଭାଗ୍ୟ-: ଜେଲ ନା ବେଲ

ହୋଟେଲ ମାଲିକ କମଳାକାନ୍ତ ଦାସ ଙ୍କ ସ୍ୱସ୍ଥା ଗତ ଜମିନି କୁ ନେଇ ସୁନାନାଲି ଶେଷ ହୋଇଛି। ରାୟ ସଂରକ୍ଷତ । ତାଙ୍କ ଓକିଲ ଜ୍ଞାନ ମହାନ୍ତି ସୂଚନା ଅନୁସାରେ କମଳାକାନ୍ତ ଦାସ ହସ୍ପିଟାଲ ରେ ଆଡ଼ମିଟ ହୋଇଥିଲେ ତାଙ୍କୁ ଗିରଫ କରିବା ଉଚିତ ନଥିଲା।

Body:
ଯେହେତୁ ସେ ସିବିଆଇ କୁ ପ୍ରତି ଟି ତଦନ୍ତ ରେ ସହଯୋଗ କରିତହେଲେ । ହେଲେ ତାଙ୍କୁ nbw ଶଶୁ କରିବା ଉଚିତ ନଥିଲା। ସିବିଆଇ ର ଅଭିଯୋଗ ଉପରେ କହିଛନ୍ତି କମଳାକାନ୍ତ ଦାସ କୌଣସି ଟଙ୍କା ହଡପ କରିନାହାନ୍ତି। ସମସ୍ତ କାଗଜ ପତ୍ର ଆମ ପାଖ ରେ ଅଛି। କୋର୍ଟ ରେ ଦାଖଲ କରାଯାଇଛି।

ସୋନାଲ ଇନ ହୋଟେଲ ମାଲିକ କମଳାକାନ୍ତ ଦାସ। ତାଙ୍କ ନାମରେ 5 କୋଟି 75 ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ପାୱାର ଅଫ ଆଠନମି ବଳରେ ବାଲେଶ୍ୱର ଏବଂ ଭୁବନେଶ୍ୱର ରେ ଦୁଇ ଟି ଜମି ଏଟି ମୁଖ୍ୟ ଠାରୁ ଆଣିଥିଲେ କମଳାକାନ୍ତ। ପରବର୍ତ୍ତୀ ମୁହୂର୍ତ୍ତରେ ଜମି ବିକ୍ରି କରିଥିଲେ ମଧ୍ୟ ଟଙ୍କା ଟିଏ ବି ଏଟି ମୁଖ୍ୟକୁ ଦେଇନଥିଲେ। ଗୁରଫ ପରେ ପ୍ରଦୀପ ସେଠି ସିବିଆଇ ଆଗରେ ଏସବୁ ଖୁଲାସା କରିଥିଲେ।

Byte- ଜ୍ଞାନ ମହାନ୍ତି, କମଳାକାନ୍ତ ଦାସ ଙ୍କ ଓକିଲ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.