ETV Bharat / city

ଯୁକ୍ତ ଦୁଇ ନୂଆ ପ୍ରଶ୍ନପତ୍ର ଢାଞ୍ଚା, ପିଲାଙ୍କ 'ଭବିଷ୍ୟତ କରିବ ନଷ୍ଟ'

author img

By

Published : Feb 18, 2021, 9:46 PM IST

ସିଲାବସ ସରିବା ପରେ ପରୀକ୍ଷାର କିଛିଦିନ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ବିଭାଗର ଏ ନିଷ୍ପତ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଭାରାକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ନୂଆ ପ୍ରଶ୍ନପତ୍ର ଢାଞ୍ଚା
ଯୁକ୍ତ ଦୁଇ ନୂଆ ପ୍ରଶ୍ନପତ୍ର ଢାଞ୍ଚା

ଭୁବନେଶ୍ବର: ଯୁକ୍ତ ଦୁଇ ଫାଇନାଲ ପରୀକ୍ଷାକୁ ଆଉ ଅଳ୍ପଦିନ ରହିଛି । କିନ୍ତୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭାଗ ପୂର୍ବ ନିର୍ଦ୍ଧାରିତ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବାକୁ ନିଷ୍ପତ୍ତିକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ।

ଯୁକ୍ତ ଦୁଇ ନୂଆ ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ଚିନ୍ତାରେ ଛାତ୍ରଛତ୍ରୀ। ସିଲାବସ ସରିବା ପରେ ପରୀକ୍ଷାର କିଛିଦିନ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ବିଭାଗର ଏ ନିଷ୍ପତ୍ତି ଅଯଥା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଭାରାକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛି ସଙ୍ଘ। ସେପଟେ ଶିକ୍ଷାବିତଙ୍କ ବି ସମାନ ମତ। ପିଲାଙ୍କ ଭବିଷ୍ୟତ ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଶିକ୍ଷାବିତ। ପରୀକ୍ଷାର୍ଥୀଙ୍କ ପାଖରେ ବି ଦେଖିବାକୁ ମିଳିଛି ସମାନ ପ୍ରତିକ୍ରିୟା।

ଯୁକ୍ତ ଦୁଇ ନୂଆ ପ୍ରଶ୍ନପତ୍ର ଢାଞ୍ଚା, ପିଲାଙ୍କ 'ଭବିଷ୍ୟତ କରିବ ନଷ୍ଟ'

ନୂଆ ପ୍ରଶ୍ନପତ୍ର ଢାଞ୍ଚା ହେବ କି ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା। ଶିକ୍ଷାବର୍ଷ ଶେଷରେ କାହିଁକି ବଦଳିଲା ପ୍ରଶ୍ନପତ୍ର ଢାଞ୍ଚା ? ପୂର୍ବରୁ 30% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଓ 70% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହୁଥିଲା । ଏବେ କେବଳ 50% ମଲ୍ଟିପୁଲ ଚଏସ ପ୍ରଶ୍ନ ବା ଏମ୍.ସି. କ୍ୟୁ କରିବାର ଆବଶ୍ୟକତା କାହିଁକି ପଡିଲା। ତେବେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶିକ୍ଷକ ସଙ୍ଘ।

ମୂଳରୁ ବୋର୍ଡ଼ ପରୀକ୍ଷାକୁ ଆଖି ଆଗରେ ରଖି ଅନଲାଇନ ମାଧ୍ୟାମରେ ପାଠପଢା ଆରମ୍ଭ ହୋଇଥିବାବେଳେ ବର୍ଷ ଅର୍ଦ୍ଧାର୍ଦ୍ଧରେ 30% ସିଲାବସକୁ କମ କରାଯାଇଥିଲା । ସେହି ଆଧାରରେ ପୁନଃ ମୂଳରୁ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା।

ଏବେ ଶିକ୍ଷାବର୍ଷ ଶେଷରେ ପରୀକ୍ଷାକୁ ଆଉ ମାତ୍ର ୨ ମାସ ଥିବାବେଳେ କେବଳ ମଲ୍ଟିପୁଲ ଚଏସ ଆଧାରରେ ପୁଣି ପିଲାଙ୍କୁ ପ୍ରସ୍ତୁତ କରିବା ଏକ ପ୍ରକାର କଷ୍ଟକର ହୋଇପଡିବ। ଏପରିକି ପିଲାଙ୍କ ପକ୍ଷେ ମଧ୍ୟ ବାରମ୍ବାର ପରିବର୍ତିତ ଢାଞ୍ଚାରେ ପଢିବା କଷ୍ଟସାଧ୍ୟ ହେବ ବୋଲି ସଙ୍ଘ କହିଛି।

ଏଣୁ ସରକାର ସଠିକ ନିଷ୍ପତ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ସଙ୍ଘ ଅନୁରୋଧ କରିଛି। ଅନ୍ୟପଟେ ଛାତ୍ରଛାତ୍ରୀଙ୍କର ସମାନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ନୂଆ ପାର୍ଟନକୁ ନେଇ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ। ଗୋଟିଏପଟେ ପରୀକ୍ଷା ସାମାନ୍ୟ ସହଜ ହେବା ଆଶା ରହିଥିବାବେଳେ ଅନ୍ୟପଟେ ଅନିୟମିତତା ବଢିବା ଭୟ ରହିଛି।

ଶିକ୍ଷାବିତଙ୍କ ମତରେ ଯୁକ୍ତ ଦୁଇ ଭଳି ପିଲାଙ୍କ କ୍ଷେତ୍ରରେ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ କେବଳ ପରୀକ୍ଷା କରିବା ଠିକ ନୁହେଁ। ଏହା ତାଙ୍କର ଭବିଷ୍ୟତ ଓ କ୍ୟାରିୟର ଉପରେ ପ୍ରଭାବ ପକାଇବ। ବିଶେଷ କରି ମେଧାବୀ ପିଲା ଏହାଦ୍ବାରା ଅଧିକ ପ୍ରଭାବିତ ହେବେ ବୋଲି କହିଛନ୍ତି ଶିକ୍ଷାବିତ। ବୋର୍ଡ଼ ପରୀକ୍ଷାକୁ ଆଧାର କରି ପ୍ରସ୍ତୁତ ହେଲେ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ମଧ୍ୟ ପ୍ରଭାବିତ ହେବ। ଏହାସହ ଅସାଧୁ ଉପାୟ ଅଧିକ ଅବଲମ୍ବନ ହେବ ଓ ଭଲ ପିଲା ପ୍ରଭାବିତ ହେବେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.