ETV Bharat / city

ଲଣ୍ଡନ World Book of Recordରେ ଆନ୍ଧ୍ର ରାଜ୍ୟପାଳ

ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ସ୍ଥାନ ପାଇଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଓଡିଶାର ସମାଜସେବୀ ବଦ୍ରିନାଥ ପଟ୍ଟନାୟକଙ୍କ ନାମ ମଧ୍ୟ ଏଥିରେ ରହିଛି । ଅଧିକ ପଢନ୍ତୁ

author img

By

Published : Apr 1, 2022, 10:50 AM IST

ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ
ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ବର: ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ(World Book of Record)ରେ ସ୍ଥାନ ପାଇଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ସମାଜସେବୀ ତଥା କଳିଙ୍ଗ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡଃ ବଦ୍ରିନାଥ ପଟ୍ଟନାୟକଙ୍କ ନାମ ମଧ୍ୟ ଏଥିରେ ରହିଛି । ପାଇକ ବିଦ୍ରୋହ ସମ୍ପର୍କରେ ରଚନା କରି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ପ୍ରୟାସ କରି ବଦ୍ରିନାଥ ପଟ୍ଟନାୟକ ଜଷ୍ଟିସ ବିପି ଦାସ କମିଶନଙ୍କ ନିକଟରେ ୧୧ ହଜାରରୁ ଉର୍ଦ୍ଧ୍ବ ଆଫିଡେଭିଟ ଦାଖଲ କରି World Book of Recordରେ ନିଜ ନାମ ବନାଇଛନ୍ତି । ଏଥିପାଇଁ ଉଭୟଙ୍କ ଉଦ୍ଦେଶ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଲଣ୍ଡନର World Book of Recordରେ ଆନ୍ଧ୍ର ରାଜ୍ୟପାଳ

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ ଡ. ହରିଚନ୍ଦନ କହିଥିଲେ ତ୍ୟାଗ, ନିଷ୍ଠା ଓ ସଂକଳ୍ପ ମଣିଷକୁ ବଡ଼ କରେ । ସ୍ବାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ ସେ କହିଥିଲେ ଭାରତୀୟଙ୍କୁ ଉଠେଇବା ପାଇଁ ବିବେକାନନ୍ଦ ଯେଉଁ ଆହ୍ୱାନ ଦେଇଥିଲେ ଆଜି ମଧ୍ୟ ତାଙ୍କୁ ସ୍ମରଣ କରୁଛି । ବିଶିଷ୍ଟ ଅତିଥି ସନ୍ଥ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ବତୀ କହିଲେ ଯେ, ଉଭୟ ପ୍ରତିଭା ସମସ୍ତଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି । ୱାର୍ଲ୍ ବୁକ୍ ଅଫ ରେକର୍ଡର ସଭାପତି ଡ. ସନ୍ତୋଷ ଶୁକ୍ଳା ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ କଳିଙ୍ଗ ଗୌରବ ସମ୍ମାନ-୨୦୨୨ ଭାଷା ବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ବୁଦ୍ଧିଜୀବୀ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ରୋଟାରିଆନ୍ ଶାନ୍ତନୁ କୁମାର ପାଣିଙ୍କୁ ରାଜ୍ୟପାଳ ସମ୍ମାନ ପ୍ରଦାନ କରିଥିଲେ । ସନ୍ଥ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ କଳିଙ୍ଗ ଶ୍ରୀ ସମ୍ମାନ-୨୦୨୨ ସମାଜସେବୀ ସୀତାବଲ୍ଲଭ ମହାପାତ୍ର, ଚିଦାମିକା ଖଟୁଆ, କୋରାପୁଟର ସାମାଜିକ କର୍ମୀ ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.