ETV Bharat / city

'କୋଟିଆରେ ଆନ୍ଧ୍ର ନିର୍ବାଚନ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ'

କୋଟିଆ ଓଡ଼ିଶାର ଅଭିଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପଡୋଶୀ ରାଜ୍ୟର ବଢୁଛି ମାତ୍ରାଧିକ ହସ୍ତକ୍ଷେପ । ଯାହା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

AP Election in odisha kotia gp reaction by pcc chief and revenue minister
କୋଟିଆ ଆନ୍ଧ୍ର ନିର୍ବାଚନ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ
author img

By

Published : Sep 20, 2021, 9:54 PM IST

ଭୁବନେଶ୍ବର: କୋଟିଆକୁ ନେଇ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି । କୋଟିଆ ଓଡ଼ିଶାର ଅଭିଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପଡୋଶୀ ରାଜ୍ୟ ମାତ୍ରାଧିକ ହସ୍ତକ୍ଷେପ କରୁଛନ୍ତି । ଯାହା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ସେପଟେ କୋଟିଆକୁ ନେଇ ଆମେ ସୁପ୍ରିମକୋର୍ଟ ଯାଇଛୁ ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି ।

କୋଟିଆ ଆନ୍ଧ୍ର ନିର୍ବାଚନ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ

କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳରେ ଆନ୍ଧ୍ର ପ୍ରତିନିଧିଙ୍କ ଜିତିବା ଓଡିଶା ପ୍ରଶାସନ ପାଇଁ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂର୍ବରୁ କୋଟିଆରେ ଜୋରଜବରଦସ୍ତ ପ୍ରବେଶ,ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ ,ଏବେ ନିର୍ବାଚନ କରି ପ୍ରଶାସନ ନିଜର ଦାବି ଜାହିର କରିବା ଓଡିଶା ସୀମା ସୁରକ୍ଷା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏଭଳି ଅବସ୍ଥା ଉପୁଜୁଛି । ସରକାର ନିଜେ କେତେ ସକ୍ରିୟ ଅଛନ୍ତି କୋଟିଆକୁ ନେଇ । ସରକାର କୋଟିଆରେ କଣ କରୁଛନ୍ତି । କୌଣସି ଉନ୍ନୟନ ମୂଳକକାର୍ଯ୍ୟ କରିବାରେ ସରକାର ବିଫଳ ତେଣୁ ଏଭଳି ସ୍ଥିତି ଉପୁଜିଛି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କୋଟିଆକୁ ନେଇ ସରକାର ସୁପ୍ରିମକୋର୍ଟରେ ଆଇନଗତ ଲଢେଇ ଲଢ଼ୁଛନ୍ତି ବୋଲି କହିଛନ୍ତି । କୋଟିଆରେ ଆମେ ପଦକ୍ଷେପ ଗ୍ରହଣ କରୁଛୁ।

ସୂଚନାଥାଉକି କୋଟିଆରେ ଆନ୍ଧ୍ର ଅନୁପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦରକୁ ଗୋଟିଏ ଏମପିଟିସିରେ ଯୋଡିଥିବାବେଳେ ଫାଟୁସିନେରୀ ଓ ଫଗୁଣସିନେରୀକୁ ଅନ୍ୟ ଏକ ଏମପିଟିସି ସହିତ ଯୋଡିଛି । ଆନ୍ଧ୍ରପ୍ରଦେଶରେ ପଞ୍ଚାୟତରାଜ ବ୍ୟବସ୍ଥାରେ କୋଟିଆରୁ ଦୁଇଜଣ ୱାଇଏସଆର କଂଗ୍ରେସ ସମର୍ଥିତ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।

ତେବେ ରାଜ୍ୟ ସରକାର ଆନ୍ଧ୍ର ଅପେକ୍ଷା ଅଧିକ ସମ୍ବେଦନଶୀଳ ନାହାଁନ୍ତି ଯାହା ଫଳାଫଳ ପ୍ରକାଶିତ ପରେ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାର ବିକାଶମୂଳକ କାର୍ଯ୍ୟ କରୁଛୁ ବୋଲି କହୁଛନ୍ତି କିନ୍ତୁ ସୀମାବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ଭରସା ଜିତି ପାରୁନାହାଁନ୍ତି ଯାହା ରାଜ୍ୟର ସୀମା ପ୍ରତି ଘୋର ବିପଦ ଦେଖାଦେଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.