ETV Bharat / city

ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ, ବିଧାୟକଙ୍କର ହେବ ଆଣ୍ଟିବଡି ଟେଷ୍ଟ: ବାଚସ୍ପତି

author img

By

Published : Aug 27, 2021, 1:52 PM IST

Updated : Aug 27, 2021, 7:49 PM IST

ଆଜି(ଶୁକ୍ରବାର) ସର୍ବଦଳୀୟ ବୈଠକ ବସିଥିଲା । ସବୁ ମନ୍ତ୍ରୀ ଓ ବିଧାୟକଙ୍କର ଆଣ୍ଟିବଡି ଟେଷ୍ଟ ହେବା ନେଇ କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

ସବୁ ମନ୍ତ୍ରୀ, ବିଧାୟକଙ୍କର ହେବ ଆଣ୍ଟିବଡି ଟେଷ୍ଟ: ବାଚସ୍ପତି

ଭୁବନେଶ୍ବର: ମୌସୁମୀ ଅଧିବେଶନ ନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ, ଅଧିବେଶନକୁ କିପରି ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ଆଲୋଚନା ହୋଇଛି । ବିଧାନସଭା ସୁରୁଖୁରୁରେ ଚଳାଇବା ଲାଗି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସବୁ ମନ୍ତ୍ରୀ ଓ ବିଧାୟକଙ୍କର ଆଣ୍ଟିବଡି ଟେଷ୍ଟ ହେବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ, ବିଧାୟକଙ୍କର ହେବ ଆଣ୍ଟିବଡି ଟେଷ୍ଟ: ବାଚସ୍ପତି

ବାଚସ୍ପତି କହିଛନ୍ତି ଯେ, ଆସନ୍ତା ୧ ରୁ ଆରମ୍ଭ ହେଉଥିବା ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ଆଲୋଚନା ହୋଇଛି । ବିଧାନସଭା ପୂର୍ବରୁ ସମସ୍ତଙ୍କର RTPCR ଟେଷ୍ଟ କରାଯିବ। ଯେଉଁ ଦିନ କୋରୋନା ଟେଷ୍ଟ ହେବ, ସେହିଦିନ ସବୁ ବିଧାୟକ ଓ ମନ୍ତ୍ରୀଙ୍କର ହେବ ଆଣ୍ଟିବଡି ଟେଷ୍ଟ କରାଯିବ । ସ୍ୱଳ୍ପ ଦିନିଆ ଚଳିତ ଅଧିବେଶନ ହୋଇଥିବାରୁ ଶନିବାର ବିଧାନସଭା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପୂର୍ବାହ୍ନ ସାଢ଼େ ୧୦ ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ନରେ 4ଟାରୁ 6ଟା ଯାଏଁ ଅଧିବେଶନ ଚାଲିବ । ଦିନକୁ 5 ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ।

ଆସନ୍ତା ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ । ମୁଲତବୀ ପ୍ରସ୍ତାବ ଆଲୋଚନା କରାଯିବ । ବିଜେପି 4ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକ, ମନ୍ତ୍ରୀ ବସି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ । ବିଧାୟକ ମାନେ ଓକାକ ବିଲ୍ଡିଂ, ଲୋକସେବା ଭବନ ଓ ଅନ୍ୟସ୍ଥାନରେ ବସିବେ । ହାଉସରେ କୌଣସି କାଗଜ ଦିଆଯିବନି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ହସ୍ପିଟାଲରେ ଅଛନ୍ତି । ସେ ଚାହିଁଲେ ଭିଡିଓ କନଫରେନ୍ସରେ ଯୋଗ ଦେବେ । ଏନେଇ ସମସ୍ତ ବ୍ୟବସ୍ଥା କରାଯାଇପାରିବ । ମୁଲତବୀ ଆଲୋଚନ ବେଳେ ବିରୋଧୀ ଦଳ 55 ମିନିଟ, ସରକାରୀ ଦଳ 35 ମିନିଟ ଯାଏଁ ନିଜନିଜ ମନ୍ତବ୍ୟ ରଖିପାରିବେ ।

ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ଓ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 27, 2021, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.