ETV Bharat / city

ଟିକା ନେବାର 2-3 ମାସରେ କମୁଛି ଆଣ୍ଟିବଡି - antibody

ଟିକା ନେବାର କିଛି ମାସ ମଧ୍ୟରେ କମୁଛି ଆଣ୍ଟବଡି । ରାଜ୍ୟରେ କିଛି ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଯାଇଥିବା ଅନୁଧ୍ୟାନରୁ ସ୍ପଷ୍ଟ । ଅଧିକ ପଢନ୍ତୁ...

ଟିକା ନେବାର 2-3 ମାସରେ କମୁଛି ଆଣ୍ଟିବଡି
ଟିକା ନେବାର 2-3 ମାସରେ କମୁଛି ଆଣ୍ଟିବଡି
author img

By

Published : Sep 16, 2021, 8:49 PM IST

ଭୁବନେଶ୍ବର: ଟିକା ନେବାର କିଛି ମାସ ମଧ୍ୟରେ କମୁଛି ଆଣ୍ଟିବଡି । କୋଭାକ୍ସିନ ଟିକା ନେବାର 2 ମାସ ଏବଂ କୋଭିସିଲ୍ଡ ନେବାର 3 ମାସ ଭିତରେ ଶରୀରର ଆଣ୍ଟିବଡି ସ୍ତର ହ୍ରାସ ପାଉଛି । ରାଜ୍ୟରେ କିଛି ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଯାଇଥିବା ଅନୁଧ୍ୟାନରୁ ଏହା ଜଣାପଡିଛି । ଏହି ଅନୁଧ୍ୟାନର ମୁଖ୍ୟ ଉଦ୍ଦେଶ୍ୟ ଟିକା ନେବା ପରେ ବୁଷ୍ଟର ଡୋଜର କେତେ ଆବଶ୍ୟକତା ରହୁଛି ତାହା ଜାଣିବା । ତେବେ ଅନୁଧ୍ୟାନର 6 ମାସ ମଧ୍ୟରେ ବୁଷ୍ଟର ଡୋଜର ସମ୍ପର୍କରେ ଜାଣି ହେବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଷ୍ଟଡି କରାଯାଉଛି ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି, ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କ କ୍ଷେତ୍ରରେ ଏହି ଅନୁଧ୍ୟାନ ହେଉଛି । ଯେଉଁମାନେ କୋଭାକ୍ସିନ ଏବଂ କୋଭିସିଲ୍ଡ ନେଇଥିଲେ ସେମାନଙ୍କ ମଧ୍ୟରୁ ଗୋଟିଏ ଗ୍ରୁପକୁ ନଜରରେ ରଖାଯାଇଥିଲା । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଶରୀରରେ କେତେ କେତେ ମାତ୍ରାରେ ଆଣ୍ଟିବଡ଼ି ସୃଷ୍ଟି ହେଉଛି ତାହା ଜାଣିବା ପାଇଁ ଏକ ଗ୍ରୁପ ଗଠନ ହୋଇଥିଲା । ଯେଉଁଥିରେ ଜଣାଯାଇଛି କି ଟିକା ଦ୍ବାରା ଆଣ୍ଟିବଡ଼ି ଶରୀରରୁ କମୁଛି ।

କୋଭାକ୍ସିନ ନେବାର ମାସ ପରେ ଶରୀରରେ ଆଣ୍ଟିବଡ଼ି କାମୁଥିବା ବେଳେ କୋଭିସିଲ୍ଡ କ୍ଷେତ୍ରରେ ତିନି ମାସ ମଧ୍ୟରେ କମୁଛି ଆଣ୍ଟିବଡି । ଅନୁଧ୍ୟାନ ଏବେ ଜାରି ରହିଛି । ଆଗାମୀ 6 ମାସ ଧରି ଏହା ଚାଲିବ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.