ETV Bharat / city

ଆଉ ଜଣେ ସାଲବେଗ ସିମ୍ରନ: ମନ୍ଦିରରୁ ମଞ୍ଚ, ସବୁଠି ଜଗନ୍ନାଥ - love

ଜଗନ୍ନାଥଙ୍କ ଭକ୍ତଭାବେ ଯବନ ସାଲବେଗ ବିଶ୍ଵବିଦିତ। ଯାହାଙ୍କ ଭାବରେ ଆଗରେ ଜଗନ୍ନାଥ ହାର ମାନି ଯାଉଥିଲେ। ସେହିପରି କଳିଯୁଗରେ ଉଭା ହୋଇଛନ୍ତି ଆଉ ଜଣେ ସାଲବେଗ । ଯିଏ ଜାତିରେ ଯବନ ହେଲେ ଭିନ୍ନ ସମ୍ପଦ୍ରାୟ । ମନ ଭିତରେ ଜଗନ୍ନାଥଙ୍କ ପାଇଁ ଗଭୀର ଶ୍ରଦ୍ଧା ଓ ଭଲ ପାଇବା । ସେ ସାଲବେଗ ହେଉଛନ୍ତି ଏ ଯୁଗର ଓଡିଶୀ ନୃତ୍ୟଶିଳ୍ପୀ ସିମ୍ରନ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Jun 2, 2019, 2:25 PM IST

ଭୁବନେଶ୍ୱର: ଜଗନ୍ନାଥଙ୍କ ଭକ୍ତଭାବେ ଯବନ ସାଲବେଗ ବିଶ୍ଵବିଦିତ। ଯାହାଙ୍କ ଭାବରେ ଆଗରେ ଜଗନ୍ନାଥ ହାର ମାନି ଯାଉଥିଲେ। ସେହିପରି କଳିଯୁଗରେ ଉଭା ହୋଇଛନ୍ତି ଆଉ ଜଣେ ସାଲବେଗ । ଯିଏ ଜାତିରେ ଯବନ ହେଲେ ଭିନ୍ନ ସମ୍ପଦ୍ରାୟ । ମନ ଭିତରେ ଜଗନ୍ନାଥଙ୍କ ପାଇଁ ଗଭୀର ଶ୍ରଦ୍ଧା ଓ ଭଲ ପାଇବା । ସେ ସାଲବେଗ ହେଉଛନ୍ତି ଏ ଯୁଗର ଓଡିଶୀ ନୃତ୍ୟଶିଳ୍ପୀ ସିମ୍ରନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଆଜିର ଆଧୁନିକ ଯୁଗରେ ପିଲାମାନେ ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଅଗ୍ରାହ୍ୟ ଦେଖାଉଥିବା ବେଳେ ସିମ୍ରନ ଖୁବ କମ ବୟସରୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ଅନୁରାଗ ପ୍ରଦର୍ଶନ କରିଆସିଛନ୍ତି। ଜଗନ୍ନାଥଙ୍କ ପ୍ରତି ଥିବା ଗଭୀର ଶ୍ରଦ୍ଧା ଓ ଭଲ ପାଇବା କେବେ ବି ପ୍ରତିବନ୍ଧକ ସାଜିନି ସିମ୍ରନଙ୍କ ବାଟରେ।ବରଂ ନିଜର ଭକ୍ତି ଓ ଭଲ ପାଇବାକୁ ସ୍ୱୀକାର କରି ତାଙ୍କୁ ତାଙ୍କର ଭକ୍ତ ଭାବେ ଗ୍ରହଣ କରିଥିବାରୁ ନିଜକୁ ଗୌରବାନୀତ୍ୱ ମନେକରୁଥିବା କହନ୍ତି ଓଡିଶୀ ନୃତ୍ୟଶିଳ୍ପୀ ସିମ୍ରନ।

ତେବେ ଓଡ଼ିଶୀର ମନୋରମ ପରିପାଟି ଓ ତାର ଆକର୍ଷଣୀୟ ଭାବ ଓ ଭଙ୍ଗୀ ସିମ୍ରନଙ୍କୁ ଓଡିଶୀ ଶିଖିବାକୁ ବାଧ୍ୟ କରିଥିଲା। ଯାହାକୁ ନିଜ ପିତାମାତା ସମ୍ମାନ ଜଣାଇବା ସହିତ ସେ ଦିଗରେ ଅଗ୍ରସର ହେବା ପାଇଁ ତାକୁ ଉତ୍ସାହିତ କରିଥିଲେ। ଓଡ଼ିଶାରେ ଜନ୍ମିତ କାରଣରୁ ଜଗନ୍ନାଥଙ୍କ ପ୍ରତି ପରିବାରର ଶ୍ରଦ୍ଧା ତଥା ସବୁ ଧର୍ମପ୍ରତି ଉଦାର ଭାବ ତାଙ୍କୁ ଜଗନ୍ନାଥଙ୍କ ପ୍ରତି ଆହୁରି ନିକଟତର କରିଥିଲା। ତେଣୁ ସେ ଜଗନ୍ନାଥଙ୍କୁ ନିଜ ଜୀବନର ସୁଖ ଓ ଦୁଃଖର ସାଥିଭାବେ ଗ୍ରହଣ କରିନେଇଥିବା କହିଛନ୍ତି ସିମ୍ରନ।

ଏମିତି ଅନେକ ଅଲୌକିକ ଘଟଣା ସିମ୍ରନଙ୍କ ସହ ଘଟିଛି ଯାହା ପାଇଁ ସେ ଜଗନ୍ନାଥଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲପାଇ ବସିଛନ୍ତି। ତେଣୁ ମଞ୍ଚକୁ ମନ୍ଦିର ଓ ଓଡିଶୀ ନୃତ୍ୟକୁ ନିଜର ଆରାଧନା ଭାବି ଜଗନ୍ନାଥଙ୍କ ପ୍ରତି ନିଜର ଭକ୍ତି ଅର୍ଘ୍ୟ ଜାରି ରଖିବାକୁ କହିଛନ୍ତି।

ଅନେକ ସମୟରେ ଧର୍ମ ସମ୍ପ୍ରଦାୟକୁ ନେଇ ଉପୁଜୁଥିବା ଦ୍ଵନ୍ଦ ଉପରେ ସେ କହିଛନ୍ତି କି ଅଯଥାରେ ଏନେଇ ସମସ୍ୟା ସୃଷ୍ଟି କରାଯାଉଛି।ସମସ୍ତଙ୍କୁ ଭଗବାନ ଏକ ବୋଲି ମାନି ଯିଏ ଯାହାକୁ ପସନ୍ଦ ତାଙ୍କର ଉପାସନା କରିବାରେ କୌଣସି ପ୍ରତିବନ୍ଧକ ନରହିବା ଉଚିତ ବୋଲି କହିଛନ୍ତି।

ବର୍ତ୍ତମାନ ଦିଲ୍ଲୀଠାରେ ଅବସ୍ଥାନ କରୁଥିବା ସିମ୍ରନଙ୍କ ପିତା ଏମ ଏସ ଜମାନ ବ୍ୟବସାୟ କରୁଥିବା ବେଳେ ମା ସୟଦ ତୟବ ଆଡଭୋକେଟ ହିସାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଆଇନର ଛାତ୍ରୀ ଥିବା ସିମ୍ରନ ଭବିଷ୍ୟତରେ ଏକ ନୃତ୍ୟ ସ୍କୁଲ ଖୋଲି ଓଡ଼ିଶୀର ପ୍ରସାର କ୍ଷେତ୍ରରେ ସମ୍ୟକ ଯୋଗଦାନ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ମହାପାତ୍ର, ଇଟିଭି ଭାରତ

Intro:Body:

vDfD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.