ETV Bharat / city

କଟକ ଜିଲ୍ଲାରେ ହେବ ଆଉ ଏକ ନୂଆ କୋଭିଡ ହସ୍ପିଟାଲ

କଟକ ଜିଲ୍ଲାରେ ହେବ ନୂଆ କୋଭିଡ ହସ୍ପିଟାଲ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ରେ ଅଧିକ ସଂକ୍ରମଣ ହୋଇଥିବା ଜଣାପଡିଛି। ଆଗାମୀ ସପ୍ତାହରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଅଧିକ ଖବର ପଢନ୍ତୁ...

କଟକ ଜିଲ୍ଲାରେ ହେବ ଆଉ ଏକ ନୂଆ କୋଭିଡ ହସ୍ପିଟାଲ
କଟକ ଜିଲ୍ଲାରେ ହେବ ଆଉ ଏକ ନୂଆ କୋଭିଡ ହସ୍ପିଟାଲ
author img

By

Published : Aug 9, 2020, 8:07 PM IST

ଭୁବନେଶ୍ବର: କଟକ ଜିଲ୍ଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ସଂକ୍ରମଣ ହେବାର ଦେଖାଯାଉଛି। କଟକ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2910 ରହିଥିବା ବେଳେ ଗ୍ରାମାଞ୍ଚଳରେ 1364 ଚିହ୍ନଟ ହୋଇଥିବା ବେଳେ ସହରାଞ୍ଚଳରେ 1546 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗ୍ରାମାଞ୍ଚଳରେ ସକ୍ରିୟ ଅଛନ୍ତି 216 । ସେପଟେ ସହରାଞ୍ଚଳରେ 773 ସକ୍ରିୟ ରହିଛନ୍ତି ।

କଟକ ଜିଲ୍ଲାରେ ହେବ ଆଉ ଏକ ନୂଆ କୋଭିଡ ହସ୍ପିଟାଲ

ଜିଲ୍ଲା ରେ ମୋଟ୍ ସକ୍ରିୟ ମାମଲା ରହିଛି 989 । ଗ୍ରାମାଞ୍ଚଳରେ ରହିଥିବା ନରସିଂହପୁର, ଆଠଗଡ ,ବଡମ୍ବା ଅଞ୍ଚଳରେ ଅଧିକ ସଂକ୍ରମିତ ହୋଇଛି। ସେହିପରି ଭାବରେ ସହରାଞ୍ଚଳରେ ମାଲଗୋଦାମ ଅଞ୍ଚଳରେ ଅଧିକ ସଂକ୍ରମଣ ହେଉଥିବାର ଦେଖାଯାଉଛି। କଟକ ଜିଲ୍ଲାରେ ଟେଷ୍ଟ ଟ୍ରେନିଂ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ଏସସିବିରେ ରେ 1 ଲକ୍ଷ 20 ହଜାର ଟେଷ୍ଟ କରାଯାଇଛି । 18 ଟି ଜିଲ୍ଲାର ସ୍ବାବ ଟେଷ୍ଟ ହେଉଛି ଏସସିବିରେ। କଟକ ଜିଲ୍ଲାରେ 301 ଜଣ କୋରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । 69 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ । ଅନ୍ୟ ମାନେ ସମସ୍ତେ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ହେଉଛନ୍ତି ଡାକ୍ତର 19 ଜଣ, ଷ୍ଟାପ ନର୍ସ 36 ଜଣ, ଆଶା କର୍ମୀ 3 ଜଣ, ପୋଲିସ ଟ୍ରାଫିକ ପୋଲିସ, ଏନଡ଼ିଆରଏଫ 129 ଜଣ ଓ ଅନ୍ୟ କୋଭିଡ ଯୋଦ୍ଧା 104 ଜଣ ସଂକ୍ରମିତ ହୋଇଛନ୍ତି।

କଟକ ଜିଲ୍ଲାରେ ମୋଟ 44 ହଜାର 596 ସାମ୍ପୁଲ କଲେକ୍ସନ କରାଯାଇଛି। ଆର ଟି ପିସିଆର ରେ 37101 ଓ ଆଣ୍ଟିଜେନ 7495 ଟେଷ୍ଟ ହୋଇଛି। ଅଶ୍ବିନୀ ଟ୍ରମା କେୟାରରେ 150 ବେଡ଼ ସମ୍ପୂର୍ଣ୍ଣ ଭାବରେ ଫୁଲ୍ ଅଛି। 34 ଆଇ ସି ୟୁ ବି ଭର୍ତ୍ତୀ ରହିଥିବା 20 ଭେଣ୍ଟିଲେଟର ମଧ୍ୟରୁ 15 ଟି ବ୍ୟବହାର ହୋଇଛି।

ତେବେ ଆସନ୍ତା ସପ୍ତାହ ସୁଦ୍ଧା ନୂତନ ଭାବରେ କୋଭିଡ ହସ୍ପିଟାଲ କରାଯିବ। ଏସସିବିରେ ପ୍ଲାଜମା 69 ଜଣ ଡୋନେଟ କରିଛନ୍ତି । ସେଥି ମଧ୍ୟରୁ 138 ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିବା ବେଳେ 104 ଟି ବ୍ୟବହାର କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.