ETV Bharat / city

ପ୍ରେମ ଜାଲରେ ଫସାଇ ଯୁବତୀ ଚାଲାଣ, ରାଜଧାନୀରୁ ଧରାପଡିଲା ଯୁବକ - Another man arrested from Bhubaneswar

ପ୍ରେମରେ ଫସାଇ ଯୁବତୀ ଚାଲାଣ କରୁଛନ୍ତି ଯୁବକ । ରାଜଧାନୀରୁ ଯୁବତୀଙ୍କ ସହ ଥିବା ସମୟରେ କାବୁ କଲେ ପତ୍ନୀ । ଅଧିକ ପଢନ୍ତୁ

ପ୍ରେମରେ ଫସାଇ ଯୁବତୀ ଚାଲାଣ, ରାଜଧାନୀରୁ ଯୁବତୀ ସହ ଧରାପଡିଲା ଯୁବକ

author img

By

Published : Jul 18, 2022, 12:37 PM IST

ଭୁବନେଶ୍ବର: ପ୍ରେମ ନାଁରେ ଯୁବତୀ ଚାଲାଣ । ପ୍ରଥମେ ପ୍ରେମ ଜାଲରେ ଫସାଇବା ପରେ ଯୁବତୀଙ୍କୁ ଚାଲାଣ କରୁଛନ୍ତି ଗଞ୍ଜାମ ରମ୍ଭା ଅଞ୍ଚଳର ସମୀର ଚନ୍ଦ୍ର ବେଜ୍ ।ଏଭଳି ଅଭିଯୋଗ ଆଣିଛନ୍ତି ରମ୍ଭା ଅଞ୍ଚଳର ଦୁଷ୍ମନ୍ତ ବେଜ । ତାଙ୍କ ଭଉଣୀଙ୍କୁ ଗଞ୍ଜାମ ରମ୍ଭା ଅଞ୍ଚଳର ସମୀର ଚନ୍ଦ୍ର ବେଜ ପ୍ରେମ ଜାଲରେ ଫସାଇବା ପରେ ଅପହରଣ କରିବା ସହ ତାର ଅଶ୍ଳୀଳ ଭିଡିଓ କରିଥିଲା । ଏବେ କୁଆଡେ ଯୁବତୀଙ୍କୁ ବିକ୍ରି କରିଥିବା ସେ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ।

ପ୍ରେମରେ ଫସାଇ ଯୁବତୀ ଚାଲାଣ, ରାଜଧାନୀରୁ ଯୁବତୀ ସହ ଧରାପଡିଲା ଯୁବକ
ପ୍ରେମରେ ଫସାଇ ଯୁବତୀ ଚାଲାଣ, ରାଜଧାନୀରୁ ଯୁବତୀ ସହ ଧରାପଡିଲା ଯୁବକ

ଉକ୍ତ ଯୁବକଙ୍କୁ ରାଜଧାନୀର ସୁନ୍ଦରପଦାର ହାଇଟେକ ପ୍ଲାଜାରୁ ଜଣେ ଯୁବତୀଙ୍କ ସହ ଥିବା ସମୟରେ ଧରିଛନ୍ତି ତାଙ୍କର ପତ୍ନୀ । ଯୁବକ ଜଣଙ୍କ ବିବାହିତ ହୋଇଥିବା ବେଳେ ଅନେକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିବା ପତ୍ନୀ ଅଭିଯୋଗ କରିଛନ୍ତି । ପ୍ରଥମ ପତ୍ନୀ ରୋଜାଲିନ ବେଜଙ୍କ ଅଭିଯୋଗ ଅନୁଯାୟୀ, ସେ ମାଟ୍ରିମୋଲିଆଲ ସାଇଟରେ ଏମ ଟେକ ଇଞ୍ଜିନିୟର ପରିଚୟ ଦେଇ ବିବାହ କରିଥିଲେ । କିନ୍ତୁ ଏବେ ଧରା ଛୁଆଁ ନ ଦେଇ କୁଆଡେ ବୁଲୁଛନ୍ତି । ମାଟ୍ରିମୋନିଆଲ ସାଇଟରେ ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଏପରି ଏକାଧିକ ଯୁବତୀଙ୍କୁ ଫସାଇଥିବା ପତ୍ନୀ ଅଭିଯୋଗ କରିଛନ୍ତି କଟକ ସଦର ଥାନାରେ ।

ଉକ୍ତ ଯୁବକଙ୍କ ବିରୋଧରେ ଏଭଳି ଅନେକ ଅଭିଯୋଗ ହୋଇଥିବା ବେଳେ ଏନେଇ ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ସମ୍ପୃକ୍ତ ଯୁବକ ଜଣଙ୍କୁ ମିଡିଆରେ ପ୍ରତିକ୍ରିୟା ଦେବାକୁ ଏଡାଇଛନ୍ତି । ତେବେ ବିଭିନ୍ନ ଥାନାର ପୋଲିସ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି । ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.