ETV Bharat / city

ଆଜି ରାଜ୍ୟରେ 403 କୋଭିଡ ଆକ୍ରାନ୍ତ ସୁସ୍ଥ - Covid patients recovered

ରାଜ୍ୟରେ ଆଜି 403 ଜଣ କୋରୋନାରୁ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 39 ହଜାର 603 ରହିଛି । ଅଧିକ ପଢନ୍ତୁ..

Another 403 Covid patients have recovered and are being discharged  today
ଆଜି ରାଜ୍ୟରେ 403 କୋଭିଡ ଆକ୍ରାନ୍ତ ସୁସ୍ଥ
author img

By

Published : Apr 10, 2021, 7:51 PM IST

ଭୁବନେଶ୍ବର: ପୁଣି ଦ୍ରୁତ ଗତିରେ ବ୍ୟାପୁଛି କୋରୋନା । ଦେଶରେ କୋରୋନା ଗ୍ରାଫ ଉପରମୁହାଁ ରହିଥିଲାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃ୍ଦ୍ଧି ହେଉଛି । ଏଥିମଧ୍ୟରେ ଓଡିଶାରେ ଶନିବାର କୋରୋନାରୁ 403 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ କୋରୋନା ସୁସ୍ଥ ହାର 3 ଲକ୍ଷ 39 ହଜାର 603ରେ ପହଞ୍ଚିଛି ।

ଆଜି 30ଟି ଜିଲ୍ଲାରେ 403 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଏଥିରେ ସର୍ବାଧିକ ସୁସ୍ଥ 73 ଜଣ ଖୋର୍ଦ୍ଧାରୁ ରହିଛନ୍ତି । ଏହା ପଛକୁ କଳାହାଣ୍ଡିର 57 ଜଣ, ବରଗଡର 34, ନୂଆପଡାର 32, ସୁନ୍ଦରଗଡର 31, ଅନୁଗୋଳରୁ 27, କଟକରୁ 26 , ଝାରସୁଗୁଡାରୁ 17 , ସମ୍ବଲପୁରରୁ 14 , କେନ୍ଦୁଝରରୁ 12 , ପୁରୀରୁ 9 , ଯାଜପୁରରୁ 8 ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଗଞ୍ଜାମରୁ 7, ନବରଙ୍ଗପୁରରୁ 6 , ବାଲେଶ୍ବର, ଢେଙ୍କାନାଳ, କୋରାପୁଟରୁ 5 ଜଣ ଲେଖାଏଁ, ଭଦ୍ରକ ଓ ମୟୂରଭଞ୍ଜ, ରାୟଗଡାରୁ 4 ଜଣ ଲେଖାଏଁ, ସୋନପୁରରୁ 3, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ 2, ନୟାଗଡର ଜଣେ ଓ ଷ୍ଟେଟ ପୁଲରୁ 15 ଜଣ ସୁସ୍ଥ ହୋଇଛନ୍ତି ।

ସେପଟେ କୋରୋନା ପ୍ରତିହିତ ପାଇଁ ରାଜ୍ୟ ସରକାର ସତର୍କ ଓ ସଚେତନ ହେବାକୁ ଉପଦେଶ ଦେଇଛନ୍ତି । ବିଶେଷ କରି ଲକଡାଉନ ପରିସ୍ଥିତିକୁ ଏଡାଇବା ପାଇଁ ମାସ୍କ ନିୟମିତ ଭାବେ ପିନ୍ଧିବା ସହ କୋଭିଡ ନିୟମର କଡାକଡି ପାଳନ ପାଇଁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.