ETV Bharat / city

ଜୁନ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ 25000 ଜଳ ଅମଳ ସଂରଚନା ପ୍ରକଳ୍ପ - ଜଳ ଅମଳ ସଂରଚନା ପ୍ରକଳ୍ପ

୧୯୯୯ଟି ୱାର୍ଡରେ ସ୍ଥାପନ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ । ଜୁନ୍‍ ୧୫ ସୁଦ୍ଧା ର୍ନିମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଜୁନ୍‍ ୧୫ ସୁଦ୍ଧା ଆଉ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ ସ୍ଥାପନ ପାଇଁ ନିର୍ଦ୍ଦେଶ

author img

By

Published : May 21, 2022, 9:28 AM IST

ଭୁବନେଶ୍ବର: ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳଗୁଡି଼କରେ ଆଉ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୯୯୯ଟି ୱାର୍ଡରେ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୮୦୦ ୱାର୍ଡରେ ୨୨,୦୮୯ ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟ ତୁରନ୍ତ ସାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବୈଠକରେ ମୁକ୍ତା, ଜାଗା ମିଶନ୍‌, ଆହାର, ଏଲଇଡି ଷ୍ଟ୍ରିଟ୍ ଆଲୋକ ବ୍ୟବସ୍ଥା ଓ ପରିମଳ ଆଦିର ସମୀକ୍ଷା କରାଯାଇଛି । ପୌରାଞ୍ଚଳଗୁଡ଼ିକର ପ୍ରତ୍ୟେକ ବସ୍ତି ଏବଂ ବିଜୁ ଆଦର୍ଶ କଲୋନୀରେ ଘରୋଇ ଗୋଷ୍ଠି ଶୌଚାଳୟ ର୍ନିମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ପୌର ନିର୍ଦ୍ଦେଶକ, ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ସଚିବ ସଞ୍ଜୟ ପରମାଣିକ, ଅତରିକ୍ତ ସଚିବ କଲ୍ୟାଣ ରଥ ଓ ପ୍ରଭାତ ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିବାବେଳେ ମହାନଗର ନିଗମଗୁଡିକର କମିଶନର, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ବାହୀ ଅଧିକାରୀ ଭିଡି଼ଓ କନଫରେନ୍ସ ଜରିଆରେ ଉପସ୍ଥିତ ଥିଲେ । ଯୁଗ୍ମ ସଚିବ ସାରଦା ପଣ୍ଡା ସ୍ବାଗତ ଭାଷଣ ରଖିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.