ETV Bharat / city

ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁର ବିଭୀଷିକା, ୫ ମାସରେ ୨୦ରୁ ଅଧିକ ମୃତ

author img

By

Published : May 29, 2022, 7:24 PM IST

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁର ବିଭୀଷିକା । ଜାନୁଆରୀରୁ ଏପର୍ଯ୍ୟନ୍ତ ୨୦ରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଗଲାଣି । ଅଧିକ ପଢନ୍ତୁ

ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁର ବିଭୀଷିକା, ୫ମାସରେ ୨୦ରୁ ଅଧିକ ମୃତ୍ୟୁ

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁର ବିଭୀଷିକା। ସିଂହୀ ଗଙ୍ଗାର ମୃତ୍ୟୁ ପରେ ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାନୁଆରୀରୁ ଏପର୍ଯ୍ୟନ୍ତ ୨୦ରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଗଲାଣି। ଅଜଣା ରୋଗରେ ମୃତ୍ୟୁ ଘଟିଥିବା ବେଳେ ବାହାର ଜନ୍ତୁଙ୍କ ଆଘାତ ଦ୍ୱାରା ପ୍ରାଣ ହରାଉଛନ୍ତି ଜୀବଜନ୍ତୁ, ଏଥି ସହ ଏକାଧିକ ବନ୍ୟଜନ୍ତୁ ଅସୁସ୍ଥ ମଧ୍ୟ ହୋଇପଡ଼ିଛନ୍ତି। ପ୍ରତି ସପ୍ତାହରେ OUATର ବି‌ଶେଷଜ୍ଞମାନେ ପ୍ରାଣୀଉଦ୍ୟାନରେ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି କିନ୍ତୁ ବିପଦ ଟଳିନି। ଗତ ମାସରେ ବାଘ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଅନେକ ଜୀବଜନ୍ତୁ ଅସୁସ୍ଥ ହୋଇପଡ଼ିଛନ୍ତି। ମାତ୍ର ଅଢ଼େଇ ମାସ ମଧ୍ୟରେ 4 ଟି ବାଘଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ସମସ୍ତ 4 ଟିବାଘଙ୍କ ବୟସ ଏକ ବର୍ଷରୁ କମ୍‌ ।

ମାର୍ଚ୍ଚ 11 ରେ ବାଘୁଣୀ ‘ରୁପା’ ଓ ସାଧାରଣ ରଙ୍ଗର ମହାବଳ ‘ରାଜେଶ’ ମିଳନରୁ ଜନ୍ମ ନେଇଥିବା ତିନୋଟି ଶାବକଙ୍କ ମଧ୍ୟରୁ ୨ଟି ବାଘ ଛୁଆ ମୃତ୍ୟୁ ହୋଇଛି। ଗୋଟିଏ ପରେ ଗୋଟିଏ ବାଘ ଶାବକଙ୍କ ମୃତ୍ୟୁ ହେବା ଦ୍ବାରା ନନ୍ଦନକାନନରେ ବାଘଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଦେଢ଼ ବର୍ଷ ତଳର ହାତୀ ମଡ଼କ ଘଟଣା ମନରୁ ଲିଭି ନ ଥିବା‌ବେଳେ ଏବେ ଏତେ ସଂଖ୍ୟକ ବାଘ ଶାବକଙ୍କ ମୃତ୍ୟୁ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ମାତ୍ର ନନ୍ଦନକାନନ କର୍ତ୍ତୃପକ୍ଷ ବାଘ ମଡ଼କକୁ ଅସ୍ବୀକାର କରିଛନ୍ତି । ବିଭିନ୍ନ କାରଣ ଲାଗି ବାଘ ଶାବକଙ୍କର ମୃତ୍ୟୁ ଘଟିଛି। ଆମ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସୂଚନା ମିଳିଛି।

ତେବେ 2020-21 ଆର୍ଥିକ ବର୍ଷରେ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ କମିଥିବା କର୍ତ୍ତୃପକ୍ଷ ଦର୍ଶାଇଥିଲେ। ମାତ୍ର 2021-22 ଓ 2022-23 ଆର୍ଥିକ ବର୍ଷରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଏବେ ଚିନ୍ତା ବଢ଼ାଇଛି। 2019-20ରେ 98 ଟି ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ 2020-21 ରେ ତାହା 74କୁ ଖସି ଆସିଥିଲା। ସେଥିମଧ୍ୟରୁ 33 ଟି ସ୍ତନ୍ୟପାୟୀ, 39 ଟି ପକ୍ଷୀ, 2ଟି ସରୀସୃପ (ରେପଟାଇଲ୍ସ) ରହିଥିଲେ। 26 ବର୍ଷୀୟ ସିଂହୀ, ବାଘ, ହିମାଳୟନ୍‌ କଳା ଭାଲୁ, 3ଟି ମାର୍ମୋସେଟ୍‌, ଆନାକୋଣ୍ଡା, ଅହିରାଜ ପରି ଜୀବଜନ୍ତୁଙ୍କ ଜୀବନ ଯାଇଥିଲା। ଏପଟେ କିଛି ଦିନ ତଳେ ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିଲା। ୧୩ ବର୍ଷ ବୟସର ଏହି ମାଈ ଜଳହସ୍ତୀର ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପୋଖରୀରେ ଥିବା ଅନ୍ୟ ଜଳହସ୍ତୀର ଦନ୍ତାଘାତ ଯୋଗୁଁ ଉକ୍ତ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା।

ଏବେ ନନ୍ଦନକାନନରେ ବର୍ତ୍ତମାନ 6 ଟି ମାଈ ଓ 5 ଟି ଅଣ୍ଡିରା ଜଳହସ୍ତୀ ଅଛନ୍ତି। ଏପଟେ ସିଂହୀ ବିଜିଲି 3 ଟି ସାବାକ ଜନ୍ମ ଦେଇଥିବା ବେଳେ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା। ଏବଂ 2 ଟି ସୁସ୍ଥ ରହିଥିଲେ। ଅନ୍ୟପଟେ ନନ୍ଦନକାନନରେ ଚିକିତ୍ସିତ ହେଉଥିବା ସିଂହୀ ଶ୍ୟାମାର ମୃତ୍ୟୁ ହୋଇଥିଲା । ତାକୁ 22 ବର୍ଷ ହୋଇଥିବା ବେଳେ ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା । ତେବେ ଗତକାଲି ବିଷାକ୍ତ ସାପ କାମୁଡିବା ଫଳରେ ସିଂହୀ ଗଙ୍ଗାର ମଧ୍ୟ ମୃତ୍ୟୁ ହୋଇଥିଲା। ସିଂହୀ ଗଙ୍ଗାର ମୃତ୍ୟୁ ପରେ ସିଂହଙ୍କ ସଂଖ୍ୟା ନନ୍ଦନକାନନରେ 15 କୁ ହ୍ରାସ ପାଇଛି। ସୂଚନା ମୁତାବକ ବର୍ତ୍ତମାନ ନନ୍ଦନକାନନ ରେ 3 ପ୍ରଜାତିର 15 ଟି ସିଂହ ସିଂହୀ ଅଛନ୍ତି । 7 ଟି ଭାରତୀୟ ସିଂହ, 1 ଟି ଆଫ୍ରିକୀୟ ସିଂହୀ, 7 ଟି ହାଇବ୍ରିଡ୍ ସିଂହ ସିଂହୀ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.