ETV Bharat / city

ଭୁବନେଶ୍ୱର ଏମ୍ସରେ କେବଳ ହିନ୍ଦୀ ଭାଷାରେ ହେବ ସବୁ କାମ, ବିଜ୍ଞପ୍ତି ପ୍ରକାଶ ପରେ ସବୁଆଡେ ଅସନ୍ତୋଷ - aiims

ଭୁବନେଶ୍ବର ସ୍ଥିତ ସର୍ବଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ(AIIMS)ର ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ଲାଗି କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସବୁଆଡେ ଅସନ୍ତୋଷ ଦେଖାଯାଇଛି । ଆହୁରି ପଢନ୍ତୁ.....

only use hindi language in aiims
ଭୁବନେଶ୍ବର ଏମ୍ସରେ କେବଳ ହିନ୍ଦୀ ଭାଷାରେ ହେବ ସବୁ କାମ
author img

By

Published : Feb 21, 2020, 10:48 PM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ଅନ୍ତର୍ଜାତୀୟ ମାତୃଭାଷା ଦିବସ । ଠିକ ଏତିକିବେଳେ ଏମ୍ସରୁ ଆସିଛି ଭାଷା ବିଦ୍ବେଷ ଖବର । ଭୁବନେଶ୍ବର ସ୍ଥିତ ସର୍ବଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ (AIIMS)ର ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ଲାଗି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଜୀକରଣ ଓ ଭାବ ବିନିମୟ ସହ ଦସ୍ତଖତ ମଧ୍ୟ ହିନ୍ଦୀରେ କରିବାକୁ କୁହାଯାଇଛି । ଏନେଇ ସବୁଆଡେ ଅସନ୍ତୋଷ ଦେଖାଯାଇଛି ।

only use hindi language in aiims
ଭୁବନେଶ୍ବର ଏମ୍ସରେ କେବଳ ହିନ୍ଦୀ ଭାଷାରେ ହେବ ସବୁ କାମ

ଏଠାରେ ଅଧିକାଂଶ କର୍ମଚାରୀ ଓଡ଼ିଆ ହୋଇଥିବା ବେଳେ ଓଡ଼ିଆ ଭାଷା ପାଇଁ ଏହା ଅପମାନ ବୋଲି କୁହାଯାଉଛି । ଗୁରୁବାର ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବେ । ସମସ୍ତେ ପଞ୍ଜୀକରଣ ଖାତାରେ ନାମ ଓ ବିଷୟ ହିନ୍ଦୀରେ ଲେଖିବେ ଓ ଉପବିଭାଗ ସବୁ ହିନ୍ଦୀରେ ଲେଖାଯିବ। ୩୦% ନୋଟିଂ ଓ ଡ୍ରାଫ୍ଟିଙ୍ଗ ହିନ୍ଦୀରେ କରାଯିବ ।

ଅତି କମରେ ୫୫% ଯୋଗାଯୋଗ ହିନ୍ଦୀରେ ହେବ । ଦେଶର 6ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ । ରାଜ୍ୟରେ ଶାସନ ଓଡ଼ିଆ ଭାଷାରେ କରାଯିବାକୁ ଆଇନ ହୋଇଥିବା ବେଳେ କେନ୍ଦ୍ରୀୟ ସଂସ୍ଥାର ଏଭଳି ଭାଷାବିରୋଧୀ ଆଭିମୁଖ୍ୟକୁ ନେଇ ସବୁଆଡେ ଅସନ୍ତୋଷ ଦେଖାଦେଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.