ETV Bharat / city

ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଭାଗିରଥି ସେଠୀଙ୍କ ଦୁର୍ବ୍ୟବହାର ଅଭିଯୋଗ, ପ୍ରତିକ୍ରିୟା ରଖିଲେ ବିଧାୟକ - ଭାଗିରଥି ସେଠୀଙ୍କ ବିରୋଧରେ ଅଭିଯୋଗ

ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା allegation Against MLA Bhagirathi Sethi । ଏହାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଥିବା କଥା କହିଛନ୍ତି ବିଧାୟକ(MLA Bhagirathi Sethi reaction) । ଅଧିକ ପଢ଼ନ୍ତୁ

ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଭାଗିରଥି ସେଠୀଙ୍କ ଦୁର୍ବ୍ୟବହାର ଅଭିଯୋଗ, ପ୍ରତିକ୍ରିୟା ରଖିଲେ ବିଧାୟକ

author img

By

Published : Sep 4, 2022, 5:21 PM IST

ଭୁବନେଶ୍ବର: ବିଜେପି ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ରଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା (Allegation against MLA Bhagirathi Sethi) । ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଆନନ୍ଦପୁର ବିଧାୟକ । ବିଜେପି ଶସ୍ତା ରାଜନୀତି କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି (MLA Bhagirathi Sethi reaction )।

ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ଭାଗିରଥି ସେଠୀ କହିଛନ୍ତି, "ଗତ ଅଗଷ୍ଟ ୩୦ ତାରିଖରେ ଆନନ୍ଦପୁର ପଞ୍ଚାୟତ ସମିତି ବୈଠକ ଚାଲିଥିଲା । ଏଥିରେ ସମସ୍ତ ଅଧିକାରୀ, ୩ ଜିଲ୍ଲା ପରିଷଦ ସଭ୍ୟ ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହିଥିଲେ । ଏହି ସମୟରେ ବୈଠକକୁ ପ୍ରହସନ ଓ ଫାଲତୁ ବୋଲି କହିଲେ ଅସୀମା ମିଶ୍ର । ଅନ୍ୟ ପଞ୍ଚାୟତ ପ୍ରତିନିଧି ଏହାକୁ ଦୃଢ଼ ବିରୋଧ କରିଥିଲେ । ଏହାକୁ ନେଇ ସେମାନେ ବିଧାୟକ ଏବଂ BDOଙ୍କୁ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ମୁଁ ଅସୀମାଙ୍କୁ ପ୍ରହସନ ଓ ଫାଲତୁ ଶବ୍ଦ ପ୍ରତ୍ୟାହାର କରିବାକୁ କହିଲି । ହେଲେ ସେ ତାହା କଲେନାହିଁ । ତାଙ୍କୁ କେହି ସମର୍ଥନ ନକରିବାରୁ ସେ ବାହାରକୁ ବାହାରି ଚାଲି ଆସିଥିଲେ । ଏହାପରେ ମୋ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ମୁଁ ତାଙ୍କ ସହ କୌଣସି ଦୁର୍ବ୍ୟବହାର କରିନାହିଁ ।"

ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଭାଗିରଥି ସେଠୀଙ୍କ ଦୁର୍ବ୍ୟବହାର ଅଭିଯୋଗ, ପ୍ରତିକ୍ରିୟା ରଖିଲେ ବିଧାୟକ

ବିଜେପି ଶସ୍ତା ରାଜନୀତି କୁରଥିବା ପାଲଟା ଅଭିଯୋଗ କରିଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ । ବିଜେପିର ଏହା ଡ୍ରାମାବାଜି । ସେମାନେ ଭାବୁଛନ୍ତି ଯେ ଏମିତି କହି ମିଡିଆରେ ରହି ଭୋଟ ବଢ଼ାଇବେ । ହେଲେ ଭୋଟ ବଢୁଛି ନା କମୁଛି ସମସ୍ତେ ଜାଣିଛନ୍ତି ବୋଲି କଟାକ୍ଷ କରିଛନ୍ତି ଆନନ୍ଦପୁର ବିଧାୟକ ।

ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ନାମରେ ଗତକାଲି ସାଂଘାତିକ ଅଭିଯୋଗ କରିଥିଲା ବିଜେପି ମହିଳା ମୋର୍ଚ୍ଚା । ଆନନ୍ଦପୁରରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ବୈଠକରେ 3 ନଂ ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟାଙ୍କୁ ସଭାରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ବିଜେପି ଅଭିଯୋଗ କରିଥିଲା, "ସଭାରେ ଆଲୋଚନାବେଳେ ନିର୍ଦ୍ଧାରିତ ବିଷୟକୁ ଛାଡି ଅନ୍ୟ କଥା ଆଲୋଚନା କରାଯାଉଥିଲା । ଏହାକୁ ନେଇ ବିଧାୟକଙ୍କୁ ବିରୋଧ କରିଥିଲେ ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ର । ବିରୋଧ ପରେ ଅସୀମା ମିଶ୍ରଙ୍କୁ କଟୁ ଭାଷା କହିବା ସହିତ ତୁ କିଏ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ।" ଶେଷରେ ସଭାରେ ଅପମାନିତ ହୋଇ ସଭାରୁ ଫେରି ଆସିଥିଲେ ଜିଲ୍ଲା ପରିଷଦ ସଭ୍ୟା । ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରାଜ୍ୟ ମାନବାଧିକାର କମିଶନ ଏବ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.