ETV Bharat / city

ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତିର ସମୀକ୍ଷା, ଆକର୍ଷଣୀୟ ସ୍ଥାନ ହେବ ଗୋପବନ୍ଧୁଙ୍କ ଜନ୍ମପୀଠ

author img

By

Published : Jul 27, 2021, 6:34 PM IST

Updated : Jul 27, 2021, 9:07 PM IST

ରାଜ୍ୟର ବିଭିନ୍ନ ଐତିହ୍ୟ ବିକାଶ ପାଇଁ ନବୀନ ନିବାସରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ବୈଠକ ଶେଷ ହୋଇଛି । ଆଉ ଏଥିରେ ରାଜ୍ୟର ଐତିହ୍ୟ ବିକାଶ ଓ ପୁନଃରୁଦ୍ଧାର ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆଜି (ମଙ୍ଗଳବାର) ନବୀନ ନିବାସରୁ ଭିସି ଯୋଗେ ବସିଥିବା ବୈଠକରେ ଲୋକସେବା ଭବନରୁ ବିଭିନ୍ନ ମନ୍ତ୍ରୀଙ୍କ ସମେତ ଆଉ କିଛି ମନ୍ତ୍ରୀ ଜିଲ୍ଲା ମୁଖ୍ୟାଳୟରୁ ଉପସ୍ଥିତ ରହି ଏହି ବୈଠକରେ ଆଲୋଚନା କରିଛନ୍ତି । ରାଜ୍ୟର ଐତିହ୍ୟ ବିକାଶ ଓ ପୁନଃରୁଦ୍ଧାର ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କ୍ୟାବିନେଟ । ଐତିହ୍ୟ କ୍ୟାବିନେଟଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟାନ୍ବୟନର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରୁ ଆଜି ଭର୍ଚୁଆଲ୍ ମୋଡ୍‌ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ଓ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ବିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସବକମିଟି ଗଠନ କରାଯାଇଛି । ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ନିମନ୍ତେ ଗୁଣାତ୍ମକ ପୁସ୍ତକ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ନୂଆ ଯୁବ ପିଢୀଙ୍କୁ ଓଡ଼ିଆ ଭାଷା ଆଡ଼କୁ ଆକର୍ଷଣ ଆଦି ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଛି ।

ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟକ ଆକର୍ଷଣ ସ୍ଥାନରେ ପରିଣତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ସୁଆଣ୍ଡାରେ ଉତ୍କଳମଣିଙ୍କ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେଠାରେ ଥିବା ପୁରୁଣା ମନ୍ଦିରର ନବୀକରଣ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ଇତି ମଧ୍ୟରେ ଜାତୀୟ ରାଜପଥରୁ ସୁଆଣ୍ଡୋ ଗ୍ରମକୁ ୫ କି.ମି. ଲମ୍ବ ପ୍ରଶସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ସରିଛି । ଗୋପବନ୍ଧୁଙ୍କ ପୈତୃକ ବାସଭବନର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଛି । ଜନ୍ମପୀଠରେ ଥିବା ବଡ଼ ପୋଖରୀର ପୁନର୍ବିନ୍ୟାଶ କାମ ପ୍ରାୟ ସରିଛି । ଏହି ପୋଖରୀରେ ନୌକା ବିହାର ବ୍ୟବସ୍ଥା ସହ ଜନ୍ମପୀଠରେ ପରିକ୍ରମା ରାସ୍ତା, ବସିବା ସ୍ଥାନ, ଓଡ଼ିଆ ସଂସ୍କୃତି ସମ୍ପନ୍ନ କାର୍ଯ୍ୟକ୍ରମ ଏବଂ ଓଡ଼ିଆ ଖାଦ୍ୟ ନିମନ୍ତେ ରେସ୍ତୋରାଂ ଆଦି ସ୍ଥାପନ ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଆ ବିଶ୍ବ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଇତି ମଧ୍ୟରେ ଜମି ଅଧିଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି । ବିଶ୍ବ ବିଦ୍ୟାଳୟ ନିର୍ମାଣ ନିମନ୍ତେ ପ୍ରାୟ ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏନେଇ ପୂର୍ତ୍ତ ବିଭାଗ ସଚିବ ଡଃ କ୍ରିଷନ କୁମାର ସୂଚନା ଦେଇଛନ୍ତି । ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ଏବଂ ଟେଣ୍ଡରିଂ ପ୍ରକ୍ରିୟା ଆଦି ଶେଷକରି ତିନି ମାସ ମଧ୍ୟରେ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରର କଳାମଣ୍ଡପ ବା ଏକାମ୍ର ହାଟ ପରି ସ୍ଥାନରେ ନିୟମିତଭାବେ ଆକର୍ଷଣୀୟ ଓଡ଼ିଶା ନୃତ୍ୟ ଓ ସଂଗୀତ ଆୟୋଜନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଟୁର - ଅପରେଟର ଏବଂ ପର୍ଯ୍ୟଟକ ରହୁଥିବା ହୋଟେଲ୍ ମାନଙ୍କୁ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରିକି ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ଏବଂ ପରିଦର୍ଶକ ମାନେ ଏହି କାର୍ଯ୍ୟକ୍ରମ ଦେଖିପାରିବେ । ଜନସାଧାରଣଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀରେ ଶ୍ରୀମନ୍ଦିର ଏବଂ ପାଖାପାଖି ଐତିହପୂର୍ଣ୍ଣ ସ୍ଥାନମାନଙ୍କୁ ସଂଯୋଜିତ କରି ଏକ ପ୍ରାତଃ ଐତିହ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଐତିହ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବର୍ତ୍ତମାନ ଏକ ସ୍ଵତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରୁଛି । ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ବାରା ମୋଟ ୧୦ଟି ପୁସ୍ତକ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଏବଂ ୨୧ ଅନ୍ୟଭାଷାର ପୁସ୍ତକକୁ ଓଡ଼ିଆ ଭାଷାକୁ ଅନୁବାଦ କରାଯାଇଛି । ଚଳିତ ବର୍ଷ ଶେଷସୁଦ୍ଧା ପ୍ରାୟ ୧୦, ୦୦୦ ଅଂଶ ଗ୍ରହଶକାରୀଙ୍କୁ ସାମିଲ କରି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ନିମନ୍ତେ ପଦକ୍ଷେପ ନିଆଯାଉଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଏହି କାର୍ଯ୍ୟର ସଂଯୋଜନା କରିବେ । କରୋନା ମହାମାରୀ ପରିପ୍ରେକ୍ଷୀରେ ଏହି ସମ୍ମିଳନୀକୁ ଭର୍ଚୁଆଲ୍ ମୋଡ୍‌ରେ ଆୟୋଜନ କରାଯିବ । ବିଭିନ୍ନ ଦେଶରେ କାର୍ଯ୍ୟକରୁଥିବା ଓଡ଼ିଆ ସଂଘ ଏବଂ ସୋସାଇଟି ମାନଙ୍କର ଯୋଗାଯୋଗ ଠିକଣା ଠାବ କରି ସମସ୍ତଙ୍କୁ ଏଥିରେ ସାମିଲ୍ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଥିବା ଜିଲ୍ଲାପାଠାଗାର ଗୁଡ଼ିକୁ ସ୍ମାର୍ଟ ପାଠାଗାରରେ ପରିଣତ କରାଯିବ । ଏଥିପାଇଁ ବ୍ରଡ୍-ବ୍ର୍ୟାଣ୍ଡ ଇଣ୍ଟରନେଟ୍ ସଂଯୋଗ ଏବଂ କଂପ୍ୟୁଟର ଆଦିର ବ୍ୟବସ୍ଥା କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତି ଜିଲ୍ଲା ସ୍ମାର୍ଟ ପାଠାଗାରକୁ ଓଡ଼ିଆ ଭର୍ଚୁଆଲ ଏକାଡେମୀର ଲାଇବ୍ରେରୀ ସହ ସଂଯୁକ୍ତ କରାଯିବ । ଭର୍ଚୁଆଲ ଏକାଡମୀରେ ଅନେକ ପୁସ୍ତକ ଡିଜିଟାଇଜ୍ କରାଯାଇଛି । ବର୍ତ୍ତମାନ ଦୈନିକ ପ୍ରାୟ ୨୦୦ ଅଧିକ ପୁସ୍ତକ ଡିଜିଟାଇଜ୍ କରାଯିବ । ଏ ନେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ବୈଠକରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପୁସ୍ତକ ମେଳାର ଆୟୋଜନ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ବରପୁର ଏବଂ ସାତଲହଡ଼ି ମଠରେ ରାଜ୍ୟ ସ୍ତରୀୟ ସମାରୋହ ପାଳନ, ଭାଗବତଟୁଙ୍ଗୀ ମାନଙ୍କର କାର୍ଯ୍ୟକାରିତା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଛି । ଏହି ସବୁ କାର୍ଯ୍ୟକ୍ରମର ନିୟମିତ ଅନୁଧ୍ୟାନ ଓ ସମୀକ୍ଷା ସହ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ଓ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗ ମାନେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସାଶ୍ବତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବୈଦ୍ୟୁତିକ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପୁରୀର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 27, 2021, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.