ETV Bharat / city

ତ୍ବରାନ୍ବିତ ହେବ ଉଠା ଜଳସେଚନ କାର୍ଯ୍ୟ

ବଜେଟରେ ଉଠା ଜଳସେଚନକୁ ଗୁରୁତ୍ବ ଦେଇଛନ୍ତି ସରକାର । ଫଳରେ ଉଠା ଜଳସେଚନ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ କହିଛନ୍ତି ।

author img

By

Published : Feb 25, 2021, 8:20 AM IST

ଉଠା ଜଳସେଚନ
ଉଠା ଜଳସେଚନ

ଭୁବନେଶ୍ବର:ବଜେଟ୍‌ରେ ଉଠା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ପାଇଁ ଆଶାନୁରୂପ ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ କୃତଜ୍ଞତା ଜଣାଇଛନ୍ତି ।

ରାଜ୍ୟରେ କୃଷିର ଉନ୍ନତି ଓ କୃଷକଙ୍କ ସଶକ୍ତିକରଣ ପାଇଁ ଜଳସେଚନ ପ୍ରମୁଖ ଆବଶ୍ୟକତା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସର୍ବଦା ଗୁରୁତ୍ବ ଦେଇ ଆସୁଛନ୍ତି ବୋଲି ଅମରେଶ କହିଛନ୍ତି । ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଜଳସେଚନ ପ୍ରକଳ୍ପ ସହ ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ମଧ୍ୟ ସମ ପରିମାଣରେ ଅଗ୍ରାଧିକାର ଦେଉଛନ୍ତି ସରକାର ।

ଉଠାଜଳସେଚନ ନିଗମକୁ ଗୁରୁତ୍ଵ ଦେଇ ରାଜ୍ୟରେ ଉଠାଜଳସେଚନର ସୁବ୍ୟବସ୍ଥା ପାଇଁ ଚଳିତ ବଜେଟ୍‌ରେ ଆବଶ୍ୟକତା ଅନୁଯାୟୀ ଆର୍ଥିକ ବ୍ୟବସ୍ଥା କରାଯାଇଛି । ଚଳିତ ରାଜ୍ୟ ବଜେଟ୍‌ରେ ଗ୍ରାମାଞ୍ଚଳ ଭିତ୍ତିଭୂମି ଉନ୍ନୟନ ଅଧିନରେ କାର୍ଯ୍ୟକାରୀ ହେଉଥିବା ଜଳନିଧି ଯୋଜନାରେ ଅତିରିକ୍ତ ଜଳ ସେଚନ ବ୍ୟବସ୍ଥା ପାଇଁ 180 କୋଟି ଟଙ୍କା, 21 ହଜାର ଗଭୀର ସେଚ କୂପ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣକରଣ ପାଇଁ 389କୋଟି, ବିଜୁ କୃଷକ ବିକାଶ ଯୋଜନା ଅଧିନରେ 1500 ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ 400କୋଟି ଟଙ୍କା ଏବଂ ଅକାମୀ ହୋଇପଡିଥିବା 1000ଟି ଉଠାଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ ପାଇଁ 164 କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

ଏହା ଦ୍ଵାରା ଉଠାଜଳସେଚନ ପ୍ରକଳ୍ପଗୁଡିକ ସୁଚାରୁରୂପେ କାର୍ଯ୍ୟକରିବ । କୃଷକମାନେ ସବୁ ଋତୁରେ ବିଭିନ୍ନ ପ୍ରକାରର ଚାଷ କରି ଲାଭବାନ ହେବା ସହିତ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ବୋଲି ଅମରେଶ ଦର୍ଶାଇଛନ୍ତି । ରାଜ୍ୟରେ ଉଠା ଜଳସେଚନର ବ୍ୟବସ୍ଥାରେ ଜଳସେଚନ ଓ ସୁପରିଚାଳନା କରି କୃଷି କ୍ଷେତ୍ରକୁ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ଜଳ ଯୋଗାଇ ଦିଆଯିବ । କୃଷି ଉତ୍ପାଦନ ବୃଦ୍ଧି ଓ କୃଷକମାନଙ୍କର ଆର୍ଥିକ ମାନଦଣ ସୁଦୃଢ କରିବାରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ଵପ୍ନ ରହିଛି, ତାହାକୁ ଫଳପ୍ରଦ କରିବାରେ ନିଗମ ପକ୍ଷରୁ ଶତ ପ୍ରତିଶତ ପ୍ରଚେଷ୍ଟା ଜାରି ରହିବ ବୋଲି ଅମରେଶ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.