ETV Bharat / city

ସୁନ୍ଦରବନ ଛୁଇଁଲା ଅମ୍ଫାନ

ଅପରାହ୍ନ ୩ଟା ସମୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ । ବର୍ତ୍ତମାନ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିର ରହିଛି । ଅଧିକ ପଢନ୍ତୁ...

ସୁନ୍ଦରବନ ଛୁଇଁଲା ଅମ୍ଫାନ
ସୁନ୍ଦରବନ ଛୁଇଁଲା ଅମ୍ଫାନ
author img

By

Published : May 20, 2020, 6:51 PM IST

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଅମ୍ଫାନ ଅପରାହ୍ନ ୩ଟା ସମୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାରିଘଣ୍ଟା ଲାଗିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ବାସଙ୍କ ସୂଚନା ଦେଇଛନ୍ତି ।

ସୁନ୍ଦରବନ ଛୁଇଁଲା ଅମ୍ଫାନ

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗ ପ୍ରବେଶ କରିଛି, ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ ଜାରି ରହିବ। ପୂର୍ବ ଆକଳନ ଅନୁସାରେ ସୁନ୍ଦରବନ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରୁଛି। ତେବେ ବର୍ତ୍ତମାନ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ରହିଛି । ବାଲେଶ୍ବରରେ ଦିନ 3ଟା ୩୦ ସୁଦ୍ଧା ପବନର ବେଗ ଘଣ୍ଟା ପ୍ରତି ୮୧ କିଲୋମିଟର ଥିଲା । ପାରାଦୀପରେ ସର୍ବାଧିକ ୨୨୩ ମିମି ବର୍ଷା ହୋଇଛି। ସନ୍ଧ୍ୟା ପରେ ବାଲେଶ୍ବରର ଓ ଭଦ୍ରକ ଜିଲ୍ଲାରେ ପାଗ ଧୀରେ ଧୀରେ ସ୍ଵାଭାବିକ ହେବ। ୨୧ ତାରିଖ ସୁଦ୍ଧା ପାଗ ବଦଳିବ। ବର୍ତ୍ତମାନ ଉତ୍ତର ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୧୦୬ କିଲୋମିଟର ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.