ETV Bharat / city

ବାତ୍ୟା ଅମ୍ପାନ: ମମତା ଓ ନବୀନଙ୍କ କଥା ହେଲେ ଶାହା - ମମତା ଓ ନବୀନଙ୍କ କଥା ହେଲେ ଶାହା

ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ଅମ୍ପାନ । ଓଡିଶା ଓ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ବାତ୍ୟା ମୁକାବିଲା ନେଇ କିଭଳି ରାଜ୍ୟରେ ପ୍ରସ୍ତୁତ ଚାଲିଛି ସେନେଇ ଅମିତ ଶାହା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ବାତ୍ୟା ଅମ୍ପାନ: ମମତା ଓ ନବୀନଙ୍କ କଥା ହେଲେ ଶାହା

author img

By

Published : May 19, 2020, 12:55 PM IST

ନୂଆଦିଲ୍ଲୀ: ମାଡି ଆସୁଛି ବାତ୍ୟା 'ଅମ୍ପାନ' । ଆଜି ସନ୍ଧ୍ୟା ସୁଦ୍ଧା ସୁନ୍ଦରବନରେ କରିବ ଲ୍ୟାଣ୍ଡ ଫଲ । ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ ଓ ଓଡିଶାରେ ଦେଖିବାକୁ ମିଳିବ। ଏନେଇ ଆଜି ଉଭୟ ରାଜ୍ୟର ମୁଖିଆଙ୍କ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।

ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗ କଥା ହୋଇଛନ୍ତି ଅମିତ ଶାହ । ଅମ୍ପାନ ମୁକାବିଲା ନେଇ କିପରି ରାଜ୍ୟରେ ପ୍ରସ୍ତୁତି ଚାଲିଛି ସେନେଇ ଆଲୋଚନା କରିଥିଲେ। ଏହା ସହ ବାତ୍ୟା ମୁକାବିଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି କେନ୍ଦ୍ର ସରକାର । ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ ମୁତୟନ କରାଯାଇଛି ବୋଲି ଶାହା ମମତାଙ୍କୁ କହିଥିଲେ । ରାଜ୍ୟ ସରାକରଙ୍କ ଆବଶ୍ୟକ ମୁତାବକ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବେ । ମମତା ବାନାର୍ଜୀ ମଧ୍ୟ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ଉପରେ ଶାହାଙ୍କୁ ଜଣାଇଥିଲେ।

ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ମୁକାବିଲାରେ କେନ୍ଦ୍ର ଓଡିଶାକୁ ସମସ୍ତ ସହଯୋଗ କରିବ ବୋଲି ଶାହା କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.