ଭୁବନେଶ୍ବର: ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳ । ସାଇଡ ମାରିବାରୁ ରାତି ଅଧରେ ଡାକ୍ତରାଣୀଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନୀରେ ଘଟିଛି ଏପରି ଘଟଣା । ବିଜେପି ନେତା ଗାଳିଗୁଲଜ ସହ ମାଡ ମାରିଥିବା ଡାକ୍ତରାଣୀ ହେନା ଗୁପ୍ତା ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ବିଜେପି ନେତା ବିଶ୍ବଜିତ ସ୍ବାଇଁଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
ସୂଚନା ମୁତାବକ, ଗତକାଲି(ରବିବାର) ରାତ୍ରିରେ ଡାକ୍ତରାଣୀ ଜଣକ ଘରକୁ ଫେରୁଥିଲେ । ଘର ସାମ୍ନାରେ ବିଜେପି ନେତାଙ୍କ ଗାଡି ଥିବାରୁ ସେ ସାଇଡ କରିବାକୁ କହିଥିଲେ ।
ଯାହାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା । ଏନେଇ ବିଜେପି ନେତା ଆସି ତାଙ୍କ ହାତ ଧରି ମାଡ ମାରି ଗାଳିଗୁଲଜ କରିଥିବା ନେଇ ଡାକ୍ତରାଣୀଙ୍କୁ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଆଇପିସିର ବିଭିନ୍ନ ଦଫାରେ ବିଜେପି ନେତା ବିଶ୍ବଜିତ ସ୍ବାଇଁକୁ ଗିରଫ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ