ETV Bharat / city

ଶନିବାର ସର୍ବଦଳୀୟ ବୈଠକ, ବିଭିନ୍ନ ପ୍ରସଙ୍ଗରେ ବର୍ଷିବ କଂଗ୍ରେସ

author img

By

Published : Nov 5, 2021, 5:27 PM IST

ଆସନ୍ତାକାଲି(ଶନିବାର) ବସିବ ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ । ବୈଠକ ପୂର୍ବରୁ କଂଗ୍ରେସ ନେତା ସୁଦର୍ଶନ ଦାଶ ରଖିଛନ୍ତି ପ୍ରତିକ୍ରିୟା । ଅଧିକ ପଢନ୍ତୁ....

ସର୍ବଦଳୀୟ ବୈଠକରେ ପୂର୍ବରୁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ବସିବ ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ। ବୈଠକ ପୂର୍ବରୁ କଂଗ୍ରେସ ନେତା ସୁଦର୍ଶନ ଦାଶ ପଞ୍ଚାୟତ ଗୁଡ଼ିକରେ ରାଜ୍ୟ ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ପଞ୍ଚାୟତିରାଜର ସାମ୍ବିଧାନିକ ଗୁଣ କ୍ଷୁର୍ଣ୍ଣ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ତେବେ ଆସନ୍ତାକାଲି(ଶନିବାର) ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକରେ ବିଭିନ୍ନ ଦାବି ଉଠାଇବ କଂଗ୍ରେସ।

ସେପଟେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ତାହା ବିଜେଡିକୁ ସୁହାଇଲା ପରି କରିଛନ୍ତି। ଏଥିରେ ସମ୍ପୁର୍ଣ୍ଣ ଭାବେ ପକ୍ଷପାତିତା କରାଯାଇଛି। ଅନେକ ପଞ୍ଚାୟତରେ ଓବିସି କ୍ୟାଟେଗରୀ ପାଇଁ ବ୍ୟବସ୍ଥା ନାହିଁ। ଏସଟି ଓ ଏସସି ପାଇଁ ମଧ୍ୟ ଟାକୁଟଲ ନିତି ଅବଳମ୍ବନ କରାଯାଇଛି । ନିର୍ବାଚନ କମିଶନ ପକ୍ଷରୁ ଡ଼କାଯାଇଥବା All ପାର୍ଟି ମିଟିଂରେ କଂଗ୍ରେସ ସୀମା ପୂର୍ଣ୍ଣ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ତାଲିକା ପ୍ରସ୍ତୁତି ପ୍ରସଙ୍ଗ ଉଠାଇବ ବୋଲି ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.