ETV Bharat / city

ସରିଲା ସର୍ବଦଳୀୟ ବୈଠକ; ରହିବ ପ୍ରଶ୍ନକାଳ ଓ ତାରକା ପ୍ରଶ୍ନ ପଚାରିବେ ବିଧାୟକ - budget session of Odisha assembly

ଆସନ୍ତାକାଲି(ଗୁରୁବାର) ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଉଭୟ ବିରୋଧୀ-ଶାସକଙ୍କ ମଧ୍ୟରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ସର୍ବଦଳୀୟ ବୈଠକ
ଆରମ୍ଭ ହେଲା ସର୍ବଦଳୀୟ ବୈଠକ
author img

By

Published : Feb 17, 2021, 12:20 PM IST

Updated : Feb 17, 2021, 5:32 PM IST

ଭୁବନେଶ୍ବର: ସରିଲା ସର୍ବଦଳୀୟ ବୈଠକ । ଗୃହକାର୍ଯ୍ୟ ନେଇ ବୈଠକରେ କରାଗଲା ବିସ୍ତୃତ ଆଲୋଚନା। ଚଳିତ ଅଧିବେଶନରେ ରହିବ ପ୍ରଶ୍ନକାଳ ଓ ବିଧାୟକମାନେ ତାରକା ପ୍ରଶ୍ନ ପଚାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହ ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ ଘଣ୍ଟା ଚାଲିବାକୁ ନିଷ୍ପତ୍ତି ହୋଇଛି ।

ସରିଲା ସର୍ବଦଳୀୟ ବୈଠକ; ରହିବ ପ୍ରଶ୍ନକାଳ ଓ ତାରକା ପ୍ରଶ୍ନ ପଚାରିବେ ବିଧାୟକ

ପୂର୍ବ ପରି ଗୃହକାର୍ଯ୍ୟ ଦୈନିକ 4 ଘଣ୍ଟା 30 ଚାଲିବ । ପ୍ରଥମ ପର୍ଯ୍ୟାୟରେ 10.30ରୁ ଅପରାହ୍ନ 1ଟା ଓ ଦ୍ବିତୀୟ ପର୍ଯ୍ୟାୟ 4 ରୁ 6 ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟ 3ଟା ରୁ 5 ଟା ରହିଥିବା ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି ।

ସର୍ବଦଳୀୟ ବୈଠକ ବିଧାନସଭାର କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମେତ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ । ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ସାମିଲ ଥିଲେ । ବୈଠକର ଅଧ୍ୟକ୍ଷତା କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଆସନ୍ତାକାଲି(ଗୁରୁବାର) ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ବସିବ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ 18ରୁ 27 ଯାଏ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 12ରୁ ଏପ୍ରିଲ 9 ଯାଏଁ ଅନୁଷ୍ଠିତ ହେବ । ଆସନ୍ତା 22 ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 17, 2021, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.