ଭୁବନେଶ୍ବର: ଆସନ୍ତା 18 ତାରିଖରେ ବସିବ ସର୍ବଦଳୀୟ ବୈଠକ । ଆଗକୁ ବିଧାନସଭା ଶୀତକାଳୀନ ଅଧିବେଶନ ଥିବାରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ।
ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ ସେନେଇ ଆଲୋଚନା ହେବ । ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ, ସେ ନେଇ ମତାମତ ନିଆଯିବ । ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ବରୂପ ଦାସ ଶପଥ ନେବେ । ଏଥର ବି ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ