ଭୁବନେଶ୍ବର: ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ । ବିରୋଧୀ ଧାନମଣ୍ଡି ସମସ୍ୟା ଉପରେ ଆଲୋଚନା କରିବାକୁ ଅଡିବସିଥିବା ବେଳେ ଶାସକ ଦଳ ମଧ୍ୟ ସୁବାଷଙ୍କ କ୍ଷମା ପ୍ରାର୍ଥନା ପାଇଁ ଜିଦରେ ଅଟଳ ରହିଛନ୍ତି ।
ବିଧାନସଭା ବିଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାରେ ଗୃହ ଅଚଳାବସ୍ଥା ଜାରି ରହିଛି । ଦୀର୍ଘ ୪ ଦିନ ଧରି ବିଧାନସଭା ଅଚଳ ରହିଛି । ବିଜେପି ଓ କଂଗ୍ରେସର ଦାବି ଧାନ ଉଠିବା ନେଇ ଆଲୋଚନା କରିବା ପରେ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ଆବଶ୍ୟକ । ସେପଟେ କଂଗ୍ରେସ ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ।
ବିଧାନସଭାରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଚାଷୀଙ୍କ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିରୋଧୀଦଳର ଏ ଭଳି କାର୍ଯ୍ୟକୁ ନେଇ ଶାସକ ଦଳ କ୍ଷମା ପ୍ରାର୍ଥନା ଦାବି କରିଛି । ଏ ନେଇ ବିଧାନସଭା ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ଅଚଳାବସ୍ଥା ଜାରି ରଖିଛନ୍ତି ।
ଭୁବନେଶ୍ବରରୁ ତପନକୁମାର ଦାସ,ଇଟିଭି ଭାରତ