ETV Bharat / city

ସର୍ବଦଳୀୟ ବୈଠକ, ସାମିଲ ହେଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ - ସାଂସଦ ଚନ୍ଦ୍ରଶେଖର ସାହୁ

ଆଜି ଅନଲାଇନରେ ବସୁଛି ସର୍ବଦଳୀୟ ବୈଠକ । ବିଜେଡିରୁ ସାମିଲ ହେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଅଧିକ ପଢନ୍ତୁ...

ସର୍ବଦଳୀୟ ବୈଠକ
ସର୍ବଦଳୀୟ ବୈଠକ
author img

By

Published : Dec 4, 2020, 11:13 AM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ଦେଶରେ କରୋନା ସ୍ଥିତି ଓ ଟୀକା ବିତରଣ ନେଇ ଆଲୋଚନା ହୋଇପାରେ । ତେବେ ଏଥିରେ ବିଜେଡିରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ଅନଲାଇନ ମାଧ୍ୟମରେ ସେ ଏହି ବୈଠକରେ ସାମିଲ ହୋଇଛନ୍ତି । ଏନେଇ ବ୍ରହ୍ମପୁର ସାଂସଦ ଏନଆଇସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସୂଚନାଥାଉକି, କୋରୋନା ମହାମାରୀ ଆରମ୍ଭ ହେବା ପରେ ସରକାର ଦ୍ବିତୀୟ ଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ମହାମାରୀରେ ରୋକ ଲଗାଇବାକୁ ଦେଶବ୍ୟାପୀ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଅପ୍ରେଲ 20 ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଥିଲା ।

ବୈଠକରେ ଟୀକା ବିତରଣ ପାଇଁ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ସେହିପରି କୋରୋନାର ମୁକାବିଲା ପାଇଁ ସରକାରଙ୍କ ଦ୍ବାରା ଉଠାଇଯାଇଥିବା ପଦକ୍ଷେପ ସମ୍ପର୍କରେ ନେତାମାନଙ୍କୁ ଅବଗତ କରାଯିବାର ମଧ୍ୟ ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.