ଭୁବନେଶ୍ବର: KT ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବ ଅଲ୍ ଓଡ଼ିଶା ଚେସ୍ ଚମ୍ପିଆନସିପ୍ । IIG Sports Academy ପକ୍ଷରୁ ଜୁଲାଇ ୧୬ ତାରିଖରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆନ୍ସିପ୍ ଚାଲିବ । ଏହି ଚେସ୍ ଚମ୍ପିଆନ୍ସିପ୍ରେ ଜାତୀୟ ତଥା ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।
ଏହାଛଡ଼ା ରାଜ୍ୟର ଶତାଧିକ ଚେସ୍ ମାଷ୍ଟର ଏଥିରେ ଯୋଗ ଦେବେ । ଜୁଲାଇ ୧୨ ତାରିଖରୁ ଏହି ଚମ୍ପିଆନ୍ସିପ୍ରେ ଭାଗ ନେବାକୁ ରେଜିଷ୍ଟ୍ରେସନ୍ ପକ୍ରିୟା ଆରମ୍ଭ ହେବ । ଏହି ଚମ୍ପିଆନ୍ସିପ୍ରେ ପଞ୍ଜୀକରଣ ପାଇଁ ୫୦୦ ଟଙ୍କା ଏଣ୍ଟ୍ରି ଫିସ୍ ରଖାଯାଇଛି । ସେହିଭଳି ସ୍କୁଲ୍ ପିଲାଙ୍କ ପାଇଁ ୩୦୦ ଟଙ୍କା ଏଣ୍ଟ୍ରି ଫିସ୍ ରଖାଯାଇଛି । ଓଡ଼ିଶାରେ ଚେସ୍ର ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା, ଚେସ୍କୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଏହି ପ୍ରତିଯୋଗିତାର ଲକ୍ଷ୍ୟ ।
୫ଟି ବର୍ଗରେ ଏହି ପ୍ରତିଯୋଗିତା ହେବ । ୭ ବର୍ଷରୁ କମ୍, ୯ ବର୍ଷରୁ କମ୍, ୧୧ ବର୍ଷରୁ କମ୍, ୧୩ ବର୍ଷରୁ କମ୍ ଓ ୧୫ ବର୍ଷରୁ କମ୍ ବର୍ଗରେ ଖେଳାଯିବ ଏହି ଚମ୍ପିଆନସିପ୍ । ଜୁଲାଇ ୧୮ ତାରିଖରେ ଉଦଯାପନୀ ଉତ୍ସବ ହେବ । ତୃଣମୂଳ ସ୍ତରରୁ ଖେଳାଳୀଙ୍କୁ ଉପଯୁକ୍ତ ଭିତ୍ତିଭୁମୀ ଯୋଗାଇବା ଏହି ପ୍ରତିଯୋଗିତାର ମୂଳଲକ୍ଷ୍ୟ ।
ଇଟିଭି ଭାରତ, ଭୁବନେଶ୍ୱର