ETV Bharat / city

ପୁନଃନିଯୁକ୍ତି ଦାବି, ରାଜଧାନୀ ରାଜରାସ୍ତାରେ ମାଣ ବସାଇଲେ ସ୍ବାସ୍ଥ୍ୟକର୍ମୀ - ସ୍ବାସ୍ଥ୍ୟକର୍ମୀଙ୍କ ପୁନଃ ନିଯୁକ୍ତି ଦାବି

ପୁନଃନିଯୁକ୍ତି ଦାବିରେ ରାଜଧାନୀ ରାଜରାସ୍ତାରେ ମାଣ ବସାଇଲେ ଅଲ ଓଡିଶା ସିସିଏଚର ଶହ ଶହ ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

ପୁନଃ ନିଯୁକ୍ତି ଦାବି, ରାଜଧାନୀ ରାଜରାସ୍ତାରେ ମାଣ ବସାଇଲେ ଏଏନଏମ କର୍ମୀ

author img

By

Published : Dec 3, 2020, 4:00 PM IST

ଭୁବନେଶ୍ବର: ପୁନଃନିଯୁକ୍ତି ଦାବିରେ ରାଜଧାନୀ ରାଜପଥରେ ମାଣ ବସାଇଲେ ଛଟେଇ ସ୍ବାସ୍ଥ୍ୟକର୍ମୀ । ଦୀର୍ଘ ଆଠ ଦିନ ହେବ ନିଜର ଦାବି ପୂରଣ ପାଇଁ ସରକାରଙ୍କୁ ଗୁହାରି କରି ରାଜରାସ୍ତାରେ ବସିଛନ୍ତି ଅଲ ଓଡିଶା ସିସିଏଚ ସ୍ବାସ୍ଥ୍ୟକର୍ମୀ ସଂଘର ଶହ ଶହ କର୍ମୀ । କୋରୋନା ସମୟରେ ଜୀବନକୁ ବାଜି ଲଗାଇ ସେବା ପ୍ରଦାନ କରିଥିବା ଏହି ଯୋଦ୍ଧାଙ୍କୁ ସରକାରଙ୍କ ସ୍ବାର୍ଥ ହାସଲ ହେବା ପରେ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରି ଦେଇଛନ୍ତି । ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର ହୋଇଥିବା ବେଳେ ସେମାନେ ରାସ୍ତା ଉପରେ ମାଣ ବସାଇ ଅଭିନବ ଉପାୟରେ ବିକ୍ଷୋଭ କରିଛନ୍ତି ।

ପୁନଃ ନିଯୁକ୍ତି ଦାବି, ରାଜଧାନୀ ରାଜରାସ୍ତାରେ ମାଣ ବସାଇଲେ ଏଏନଏମ କର୍ମୀ

ତେବେ ସ୍ବାସ୍ଥ୍ୟକର୍ମୀମାନେ ଆଠ ଦିନ ହେବ ଏପରି ବସି ରହିଥିବା ବେଳେ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି । ତେଣୁ ସ୍ବାସ୍ଥ୍ୟକର୍ମୀମାନେ ସରକାରଙ୍କ ଏଭଳି ପାତର ଅନ୍ତର ନୀତିର ବିରୋଧ କରିବା ସହ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବିରେ ରାଜଧାନୀରେ ନିଜ ଦାବି ଉପସ୍ଥାପନ କରିଆସୁଛନ୍ତି । ଆଜି ମାର୍ଗଶିର ମାସ ଗୁରୁବାର ଅବସରରେ ସଙ୍ଘ ପକ୍ଷରୁ ରାଜରାସ୍ତାରେ ମାଣବସା ଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯିବ ସହ ମାଙ୍କ ଠାରେ ତାଙ୍କ ମନୋବଞ୍ଛା ଓ ଦାବିକୁ ସରକାର ମାନି ନିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ସରକାର ସେମାନଙ୍କର ନାର୍ଯ୍ୟ ଦାବି ପୂରଣ ନ କରିବା ଯାଏଁ ସେମାନେ ସେମିତି ହିଁ ରାଜଧାନୀ ରାଜରାସ୍ତାରେ ବସି ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.