ETV Bharat / city

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସବୁ ମେଡିକାଲ କଲେଜ - medical colleges

ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଖୋଲିବ ରାଜ୍ୟର ସବୁ ମେଡିକାଲ କଲେଜ
ଖୋଲିବ ରାଜ୍ୟର ସବୁ ମେଡିକାଲ କଲେଜ
author img

By

Published : Nov 27, 2020, 9:27 PM IST

ଭୁବନେଶ୍ବର: ଖୁବଶୀଘ୍ର ଖୋଲିବାକୁ ଯାଉଛି ରାଜ୍ୟର ସବୁ ମେଡିକାଲ କଲେଜ । ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଧିରେ ଧିରେ କୋଭିଡ ସ୍ଥିତି ସ୍ବଭାବିକ ହେଉଥିବାରୁ ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ
ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ

ଏନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମେଡିକାଲ କଲେଜ ସବୁ ଖୋଲିବା ପରେ କୋଭିଡ ନିୟମ ପାଳନକୁ ବାଧ୍ୟତାମୂଳକ କରାଯିବ । କେନ୍ଦ୍ର ସରକାରଙ୍କ ନିୟମ କଡାକଡି ଭାବେ ପାଳନ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ତେବେ ଗତ ମାର୍ଚ୍ଚ ମାସରୁ ଦୀର୍ଘ 9 ମାସ ଧରି ସାରା ଦେଶ କୋରୋନା ସଙ୍କଟ ଦେଇ ଗତି କରିଆସୁଛି । ଦିନକୁ ଦିନ ରାଜ୍ୟରେ ମଧ୍ୟ କୋରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ମେଡିକାଲ କଲେଜକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.