ETV Bharat / city

BMC ମେୟର ପଦ ପାଇଁ ପ୍ରଭାବଶାଳୀ ନେତାଙ୍କ ବଳ କଷାକଷି, ଆରମ୍ଭ ହେଲାଣି ଆଶାୟୀଙ୍କ ଲବି - ମେୟର ଦୌଡରେ ପ୍ରଭାବଶାଳୀ ନେତା

ବିଏମସି (Bhubaneswar Municipal Corporation Election)ର ମେୟର ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମେୟର ପଦବୀ ମହିଳାବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି । ମେୟର ପଦ ପାଇଁ କିଛି ପ୍ରଭାବଶାଳୀ ନେତାଙ୍କ ଭିତରେ ବଳ କଷାକଷି ଆରମ୍ଭ ହୋଇଗଲାଣି । ଆଶାୟୀ ବହୁ ଯୁବ ଏବଂ ବରିଷ୍ଠ ନେତାମାନେ ଚଳ ଚଞ୍ଚଳ ହୋଇପଡିଛନ୍ତି । ଅଧିକ ପଢନ୍ତୁ

BMC ମେୟର ପଦ ପାଇଁ ପ୍ରଭାବଶାଳୀ ନେତାଙ୍କ ବଳ କଷାକଷି

author img

By

Published : Jan 14, 2022, 1:33 PM IST

ଭୁବନେଶ୍ବର: ବିଏମସି (Bhubaneswar Municipal Corporation Election)ର ମେୟର ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମେୟର ପଦବୀ ମହିଳାବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି । ମେୟର ପଦ ପାଇଁ କିଛି ପ୍ରଭାବଶାଳୀ ନେତାଙ୍କ ଭିତରେ ବଳ କଷାକଷି ଆରମ୍ଭ ହୋଇଗଲାଣି । ଆଶାୟୀ ବହୁ ଯୁବ ଏବଂ ବରିଷ୍ଠ ନେତାମାନେ ଚଳ ଚଞ୍ଚଳ ହୋଇପଡିଛନ୍ତି । ପ୍ରଥମ ଥର ପାଇଁ ମହିଳାଙ୍କ ସଂରକ୍ଷଣ ରହିବ ପ୍ରକାଶ ପାଇବା ପରେ ମହିଳା ଆଶାୟୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

ଦଳର ସୁପ୍ରିମୋଙ୍କ ନିକଟତମ ଭୁବନେଶ୍ବରର ବହୁ ବରିଷ୍ଠ ନେତାଙ୍କ ନିକଟରେ ଏଥିପାଇଁ ଗତ କିଛି ଦିନ ହେବ ଜୋରଦାର ଲବି ଚାଲିଥିଲା । ହଠାତ ସଂରକ୍ଷଣ ଖବର ଆସିବାପରେ ସେମାନଙ୍କ ମନ ଭାଙ୍ଗି ଯାଇଛି । ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ ପୂର୍ବ ନିର୍ଦ୍ଧାରିତ ରଣ କୌଶଳ ବଦଳାଇବା ପାଇଁ କାରସାଦି ଚାଲିଥିବା ଚର୍ଚ୍ଚା ହୋଇଛି । ମେୟର ପଦ ପାଇଁ କିଛି ପ୍ରଭାବଶାଳୀ ନେତାଙ୍କ ଭିତରେ ବଳ କଷାକଷି ଚାଲିଛି । ସେପଟେ ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ଯେତେସବୁ ଯୋଜନା ଚାଲିଛି ସେସବୁକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ଏବଂ ସାଧାରଣରେ ମହିଳା ଭୋଟକୁ ହାତେଇବା ଲକ୍ଷ୍ୟରେ ସଂରକ୍ଷଣରେ କିଛି ଗୋଟି ଚାଳନା ହୋଇଥାଇ ପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ଚାଲିଛି ।

ପ୍ରଥମ ଥର ପାଇଁ ମହିଳାଙ୍କ ସଂରକ୍ଷଣ ରହିବ ପ୍ରକାଶ ପାଇବା ପରେ ମହିଳା ଆଶାୟୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ପୂର୍ବ ନିର୍ବାଚନରେ ଅଧିକାଂଶ ୱାର୍ଡରେ ବିଜେଡିରୁ ମହିଳା କର୍ପୋରେଟର ଜିତିଥିବାବେଳେ ଆଗାମୀ ନିର୍ବାଚନରେ ମେୟର ପଦ ପାଇଁ ସିଧାସଳଖ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନିମନ୍ତେ ଏବେ ଭୁବନେଶ୍ବରର ବିଭିନ୍ନ ୱାର୍ଡରେ ପ୍ରଭାବଶାଳୀ ନାରୀ ନେତ୍ରୀ ସକ୍ରିୟ ହେଲେଣି କେବଳ ଶାସକ ଦଳର ନୁହନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ ଶିବିର ମଧ୍ୟ ଏବେ ଚଳଚଞ୍ଚଳ ହୋଇପଡିଛି। ବିଜେପିର ମେୟର ଆସନକୁ ନେଇ ବିଶେଷ ଆଶାୟୀଙ୍କ ନାମ ଆସିନଥିଲେ ମଧ୍ୟ ରାଜ୍ୟ ସ୍ତରୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନାମ ଚର୍ଚ୍ଚା ହେଉଛି।

ବିଜେପି ମଧ୍ୟ ସର୍ପରାଇଜ କାର୍ଡ ଖେଳିବା ନେଇ ସମ୍ଭାବନା ରହିଛି । ସେହିପରି କଂଗ୍ରେସର ସ୍ଥିତି ଦୁର୍ବଳ ଥିବା ବେଳେ କାହାରି ନାମ ନଜରରେ ନାହିଁ। କେବଳ ରଶ୍ମୀ ମହାପାତ୍ରଙ୍କ ନାମ ଶୁଣାଯାଉଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମହିଳାଙ୍କ ପାଇଁ ମେୟର ଆସନକୁ ଅପରିବର୍ତ୍ତିତ ରହିଲେ ଏହି ପଦ ପାଇଁ ନିର୍ବାଚନରେ ତିନୋଟି ଦଳ ଭିତରେ ତୀବ୍ର ପ୍ରତିଦ୍ବନ୍ଦିତା ହେବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.