ETV Bharat / city

କୋଭିଡ କଟକଣାରେ ଆଜିଠୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ - କୋଭିଡ ଏସଏପି

କୋଭିଡ କଟକଣା ମଧ୍ୟରେ ଆଜିଠୁ(ସୋମବାର) ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କ ଅଫଲାଇନରେ କ୍ଲାସ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
author img

By

Published : Sep 6, 2021, 7:40 AM IST

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଆଜିଠୁ(ସୋମବାର) ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କ ଅଫଲାଇନରେ କ୍ଲାସ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଏସଓପିକୁ ପାଳନ କରି ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ପାଠପଢା ।

ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢା ହେଉଥିଲା । ତେବେ ଆଜିଠୁ ସବୁ ବର୍ଷ ପିଲାଙ୍କ ପାଇଁ ପାଠପଢା ସ୍ବାଭାବିକ କରିବାକୁ ଗତ ଅଗଷ୍ଟ ୩୧ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ବୈଷୟିକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଗତକାଲିଠାରୁ(ରବିବାର) ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଖୋଲିଛି ।

କ୍ଳାସ ରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ଆବଶ୍ୟକ । ସାନିଟାଇଜ କରିବା ସହ ଫେସ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁ ମାନଙ୍କଠାରେ ଜ୍ବର କି କିଛି କୋଭିଡ ଲକ୍ଷଣ ଦେଖିବାକୁ ମିଳିବ ତାଙ୍କୁ ଅଲଗା ଗୃହରେ ରଖାଯିବ । କଲେଜ କ୍ୟାମ୍ପସରେ ଏକାଧିକ ଛାତ୍ରଛାତ୍ରୀ ଏକାଠି ହୋଇପାରିବେ ନାହିଁ ।

ଯେଉଁ ଅଞ୍ଚଳରେ କଣ୍ଟେଣ୍ଟମେଣ୍ଟ ଜୋନ ରହିଥିବ ସେହି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷାନୁଷ୍ଠାନ ଆସିବେ ନାହିଁ । ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକନିକ, ଡିପ୍ଲୋମା, ଆଇଟିଆଇ ଶିକ୍ଷାନୁଷ୍ଠାନ, ୟୁଜି, ପିଜି, ଡିପ୍ଲୋମା ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.