ETV Bharat / city

ସବୁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ ନାହିଁ: ଡ. ଜୟନ୍ତ ପଣ୍ଡା - ହୋମ ଆଇସଲେସନରେ ରହିପାରିବେ ନାହିଁ: ଡ. ଜୟନ୍ତ ପଣ୍ଡା

କୋରୋନା ସଂକ୍ରମିତ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମଆଇସୋଲେସନରେ ରହିପାରିବେ ନାହିଁ । ଦୂରାରୋଗରେ ପୀଡିତ ଆକ୍ରାନ୍ତ, ଗର୍ଭବତୀ ଓ ଶିଶୁମାନେ ଆକ୍ରାନ୍ତ ହେଲେ ଆଇସୋଲେସନରେ ନ ରହି କୋଭିଡ ହସପିଟାଲରେ ରହିବା ଆବଶ୍ୟକ । ଲୋକଙ୍କ କୋରୋନା ଗାଇଡଲାଇନ କଡାକଡି ଭାବରେ ପାଳନ କରିବା ପାଇଁ କହିଛନ୍ତି । ଅଧିକ ପଢନ୍ତୁ...

ସବୁ ଆକ୍ରାନ୍ତ ହୋମ ଆଇସଲେସନରେ ରହିପାରିବେ ନାହିଁ: ଡ. ଜୟନ୍ତ ପଣ୍ଡା

author img

By

Published : Sep 19, 2020, 8:11 PM IST

ଭୁବନେଶ୍ବର: ସବୁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଡ. ଜୟନ୍ତ ପଣ୍ଡା କହିଛନ୍ତି । ଦୂରାରୋଗରେ ପୀଡିତ ଆକ୍ରାନ୍ତ, ଗର୍ଭବତୀ ଓ ଶିଶୁମାନେ ଆକ୍ରାନ୍ତ ହେଲେ ଆଇସୋଲେସନରେ ରହିପାରିବେ ନାହିଁ । ସେମାନେ ହୋମ ଆଇସୋଲେସନରେ ନରହି କୋଭିଡ ହସ୍ପିଟାଲରେ ରହିବା ଆବଶ୍ୟକ ଏବଂ ହୋମ ଆଇସୋଲେସନ ରହିବାବେଳେ ଦିଆଯାଉଥିବା କିଟର ବ୍ୟବହାର ଠିକଭାବରେ କରାଯିବା ଉଚିତ ।

କୋଭିଡ 19 ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ରୋଗୀଙ୍କ ଶରୀରରେ ଲକ୍ଷଣ ରହୁଛି ଅନେକଙ୍କ ଦେହରେ ଲକ୍ଷଣ ନାହିଁ । 90 ପ୍ରତିଶତ ଲୋକଙ୍କର ଲକ୍ଷଣ ନାହିଁ। ତେବେ ଜଣେ ଲୋକ ହୋମ ଆଇସୋଲେସନରେ 17 ଦିନ ପର୍ଯ୍ୟନ୍ତ ରହିବେ । ସମସ୍ତେ ହୋମ ଆଇସୋଲେସନରେ ରହିପାରିବେ ନାହିଁ । ଡାଇବେଟିସ ହୃଦରୋଗ କ୍ୟାନ୍ସର ଆଦି ଗୁରୁତର ରୋଗୀଙ୍କୁ ହୋମ ଆଇସୋଲେସନରେ ରଖିବା ଉଚିତ ନୁହେଁ। ସେମାନଙ୍କୁ କୋଭିଡ ହସ୍ପିଟାଲରେ ରଖାଯିବା ଆବଶ୍ୟକ। ଏନେଇ କୋଭିଡ ରୋଗ ସହ ଅନ୍ୟ ରୋଗର ମଧ୍ୟ ଚିକିତ୍ସା କରିବା ଆବଶ୍ୟକତା ରହିଛି । ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ଏହି ରୋଗରେ ପୀଡିତ ହେଲେ ଗୁରୁତର ହେବାର ସମ୍ଭାବନା ରହିବ । ରୋଗୀ ଓ ରୋଗୀଙ୍କ ଦେଖାଶୁଣା କରୁଥିବା ସହଯୋଗୀ ନିୟମ ମାନିବା ଉଚିତ । ଆକ୍ରାନ୍ତ ରୁମରୁ ବାହାରକୁ ଆସିବେ ନାହିଁ । ଉଭୟ ଆକ୍ରାନ୍ତ ଓ ରୋଗୀଙ୍କ ଦେଖାଶୁଣା କରୁଥିବା ସହଯୋଗୀ ଘରେ ଥିଲେ ବି ମାସ୍କ ଓ ଗ୍ଲୋଭସ ବ୍ୟବହାର କରିବେ ।

ସବୁ ଆକ୍ରାନ୍ତ ହୋମ ଆଇସଲେସନରେ ରହିପାରିବେ ନାହିଁ: ଡ. ଜୟନ୍ତ ପଣ୍ଡା

ସେହିପରି ହୋମ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କୁ ଏକ କିଟ ଦିଆଯାଉଛି । ଏହି କିଟରେ ଔଷଧ ଭିତରେ ଆଜିଥ୍ରୋ ମାଇସିନ, ପାରାସିଟାମୋଲ, ଭିଟାମିନ ବି, ସି, ଡ଼ି ଏହା ସହ ଆଜମା ଓ ଜ୍ବର ଔଷଧ ରହିଥାଏ। ଏହାସହ ମଧ୍ୟ କିଭଳି ହୋମ ଆଇସୋଲେସନରେ କିଭଳି ପାଳନ କରିବେ ସେନେଇ ମଧ୍ୟ ଦର୍ଶାଇଯାଇଥାଏ। କିଭଳି ମେଡ଼ିସିନ ଖାଇବେ ସେନେଇ ଡାକ୍ତରଙ୍କର ନମ୍ବର ରହିଥାଏ। 17 ଦିନ ପରେ ମଧ୍ୟ ନାକ ବନ୍ଦ ହୁଏ, ଜ୍ବର ହୋଇଥାଏ, ଏହାକୁ ଆଉ କିଛି ଦିନ ଖାଇବାକୁ ପଡିପାରେ। ଛାତିର ଫଟୋ ଉଠାଇବାକୁ ପଡିପାରେ। ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ। ଆଉ ଥରେ କୋଭିଡ ପରୀକ୍ଷା ଆବଶ୍ୟକତା ରହୁଛି ବୋଲି କହିଛନ୍ତି ବିଶିଷ୍ଟ ଭେଷଜ ଡାକ୍ତର ଜୟନ୍ତ ପଣ୍ଡା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.