ETV Bharat / city

ମୁହଁ ଖୋଲିଲେ ବିଜୟ: ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ଏବଂ ଅଭିଯୋଗ ଭିତ୍ତିହୀନ

author img

By

Published : Jul 18, 2022, 7:41 PM IST

ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ କହିଛନ୍ତି, ମୋ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ଭିତ୍ତିହୀନ । ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ଦାବୀ କରିଛନ୍ତି । ଅଧିକ ପଢନ୍ତୁ

ମୁହଁ ଖୋଲିଲେ ବିଜୟ: ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ଏବଂ ଅଭିଯୋଗ ଭିତ୍ତିହୀନ
ମୁହଁ ଖୋଲିଲେ ବିଜୟ: ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ଏବଂ ଅଭିଯୋଗ ଭିତ୍ତିହୀନ

ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ବିଭିନ୍ନ ବିବାଦରେ ଫସିଥିବା ବିଜେଡି ଯୁବ ବିଧାୟକ ବିଜୟ ଶଙ୍କର ଦାସ । ବାନ୍ଧବୀ ସୋମାଲିକା ଦାଶଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟ ଶଙ୍କର କହିଛନ୍ତି, ମୋ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ଭିତ୍ତିହୀନ । ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ଦାବୀ କରିଛନ୍ତି ।

ବାନ୍ଧବୀ ସୋମାଲିକା ଦାଶଙ୍କ ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ବିଜୟ ଶଙ୍କର ଦାସ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ ଆଶା ରଖିଛନ୍ତି । କିନ୍ତୁ ଏ ଯାଏଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ ଆସିନାହିଁ ବୋଲି ବିଜୟ ସ୍ପଷ୍ଟ କରିଛନ୍ତି । ନୋଟିସ ଆସିଲେ ତଦନ୍ତର ସାମ୍ନା କରିବି ବୋଲି ବିଜୟ କହିଛନ୍ତି ।

ଏଠାରେ କହି ରଖୁଛି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ଗତ ମାସ ୧୮ ତାରିଖରେ ଜଗତସିଂହପୁର ଏସପିଙ୍କ ପାଖରେ ଏକ ମାମଲା ରୁଜ୍ଜୁ କରିଥିଲେ । ସେତେବେଳେ ବିଜୟଙ୍କ ବିରୋଧରେ ସେକ୍ସ ରାକେଟ ଚଳାଉଥିବା ଭଳି ସୋମାଲିକା ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଜୁଲାଇ 4 ତାରିଖରେ ଜଗତସିଂହପୁର ଏସପି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅତିରିକ୍ତ ଡିଜିଙ୍କୁ ପତ୍ର ଲେଖିଥିଲେ । ଏହାପରେ ଗତ ମେ ମାସରେ ବିଜୟ ଓ ସୋମାଲିକା ବିବାହ କରିବା ପାଇଁ ଜଗତସିଂହପୁର ସବ ରେଜିଷ୍ଟାର ଅଫିସରେ ପଞ୍ଜିକରଣ କରିଥିଲେ । ଜୁନ 17 ତାରିଖରେ ବାହାଘର ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ବିଧାୟକ ବିବାହ ଲାଗି ଉପସ୍ଥିତ ନହେବାରୁ ଜୁନ 18ରେ ସୋମାଲିକା ବିଜୟଙ୍କ ବିରୋଧରେ ସେକ୍ସ ରାକେଟ ଚଳାଉଥିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.