ETV Bharat / city

ସରକାର କଲେ ଥଇଥାନ; WODC ସିଇଓ ହେଲେ ଅଜିତ ମିଶ୍ର

ଅବସର ନେବାର 24 ଘଣ୍ଟା ଭିତରେ ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ ଅଜିତ କୁମାର ମିଶ୍ରଙ୍କୁ ମିଳିଲା ନୂଆ ଦାଇତ୍ବ । ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ଅଜିତଙ୍କୁ ନିଯୁକ୍ତି ଦେଲେ ସରକାର । ଅଧିକ ପଢନ୍ତୁ...

WODC
WODC
author img

By

Published : Nov 2, 2021, 6:49 AM IST

ଭୁବନେଶ୍ବର: ଅବସର ନେବାର 24 ଘଣ୍ଟା ଭିତରେ ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ ଅଜିତ କୁମାର ମିଶ୍ରଙ୍କୁ ମିଳିଲା ନୂଆ ଦାଇତ୍ବ । ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ଅଜିତଙ୍କୁ ନିଯୁକ୍ତି ଦେଲେ ସରକାର । ଏହା ସହିତ ସିଇଓ ଥିବା ଆଇଏଏସ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସେହି ପଦବୀରୁ ହଟାଇ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

WODC
ସରକାର କଲେ ଥଇଥାନ; WODC ସିଇଓ ହେଲେ ଅଜିତ ମିଶ୍ର

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଓଏଏସ ଅଜିତ ମିଶ୍ରଙ୍କୁ ଡବ୍ଲ୍ୟୁଓଡିସି ସିଇଓ ଭାବେ ଅବସ୍ଥାପିତ କରାଯାଇଛି । ସେ ଯେଉଁଦିନ ଏହି ଦାୟିତ୍ବ ନେବେ ସେହି ଦିନ ଠାରୁ, ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ତେବେ ଅଜିତଙ୍କ ନିଯୁକ୍ତି ସର୍ତ୍ତାବଳୀ ଓ ଅନ୍ୟାନ୍ୟ ସୁବିଧାସୁଯୋଗ କ’ଣ ରହିବ ତାହା ଅର୍ଥ ବିଭାଗ ସହ ପରାମର୍ଶ କରି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସ୍ଥିର କରିବ । ଗତକାଲି ସରକାରୀ ଚାକିରିରୁ ଅବସର ନେଇଥିବା ଅଜିତ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ।

୨୦୧୦ ବ୍ୟାଚ ଆଇଏଏସ ପ୍ରେମଚନ୍ଦ୍ର ଚୌଧୁରୀ ଡବ୍ଲ୍ୟୁଓଡିସି ସିଇଓ ସହ ଅତିରିକ୍ତ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଥିଲେ । ପ୍ରେମଚନ୍ଦ୍ରଙ୍କୁ ସିଇଓ ପଦରୁ ହଟାଇ ଦିଆଯାଇ କେବଳ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦବୀରେ ସେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ପାହ୍ୟାର ସୁବିଧା ସୁଯୋଗ ପାଇବେ । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ସେହିପରି ଓଏଏସ ସୁବ୍ରତ କୁମାର ପଣ୍ଡାଙ୍କ ବଦଳିକୁ ବାତିଲ କରାଯାଇ ତାଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ଓଏଏଏସ ବାଦଲ କୁମାର ମହାନ୍ତିଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ତାଙ୍କୁ ଓରମାସର ଅତିରିକ୍ତ ସିଇଓ ଏବଂ ଓଡିଶା ଜୀବିକା ମିଶନ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.