ETV Bharat / city

ଶୁକ୍ରବାର ଠୁ ଏମ୍ସର ଓପିଡି ସେବା ବନ୍ଦ - AIIMS OPD SERVICE closed

ଆସନ୍ତାକାଲି ଠାରୁ ଭୁବନେଶ୍ବର ଏମ୍ସର କାର୍ଯ୍ୟକାରୀ ଓପିଡ଼ି ସେବାକୁ ବନ୍ଦ କରାଯିବ । ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଏମ୍ସର ନିର୍ଦେଶିକା ଗୀତାଞ୍ଜଳି କହିଛନ୍ତି । ଅଧିକ ପଢନ୍ତୁ...

କାଲି ଠୁ ଏମ୍ସର ଓପିଡି ସେବା ବନ୍ଦ
କାଲି ଠୁ ଏମ୍ସର ଓପିଡି ସେବା ବନ୍ଦ
author img

By

Published : Jul 9, 2020, 5:07 PM IST

ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) ଠୁ ବନ୍ଦ ରହିବ ଏମ୍ସର ଓପିଡି ସେବା । ଏମ୍ସର ନିର୍ଦ୍ଦେଶିକା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଗୋଟେ ପଟେ ହୁହୁ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କର୍ମଚାରୀଙ୍କ ଅଭାବ । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏମ୍ସରେ ବହୁ ସଂଖ୍ୟକ ରୋଗୀ ରହିଛନ୍ତି । ଖାଲି ସେତିକି ନୁହେଁ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓ ତାଙ୍କର ସମ୍ପର୍କୀୟ କୋରୋନା ଆକ୍ରାନ୍ତ ହୋଇଥିବା ନିର୍ଦ୍ଦେଶିକା କହିଛନ୍ତି । ଏପରିକି କିଛି କର୍ମଚାରୀ କଣ୍ଟେନମେଣ୍ଟ ଅଞ୍ଚଳରେ ବସବାସ କରୁଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

କାଲି ଠୁ ଏମ୍ସର ଓପିଡି ସେବା ବନ୍ଦ

ତେବେ ଓପିଡି ସେବା ବନ୍ଦ ରହିଲେ ବି ଏସମୟ ମଧ୍ୟରେ କାଜୁଆଲଟି,ଏମରଜେନ୍ସି, ଡେ କେୟାର ସେଣ୍ଟର ଓ ରେଡ଼ିଓ ଥେରାପି ସେବା ଜାରି ରହିବ । ଲୋକେ ଟେଲି ମିଡ଼ିସିନ ମାଧ୍ୟମରେ ଓପିଡ଼ି ସେବା ପାଇଁ ପାରିବେ ବୋଲି ସେ କହିଛନ୍ତି । ଏହାସହ ଏମ୍ସ ଭୁବନେଶ୍ୱର ଆପ ‘ସ୍ବାସ୍ଥ୍ୟ’ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ପାଇ ପାରିବେ ବୋଲି ନିର୍ଦ୍ଦେଶିକା କହିଛନ୍ତି ।

ପ୍ରକାଶ ଯେ, ରାଜଧାନୀରେ କୋରୋନା ବେକାବୁ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଲୋକାଲ କେଶ ସାମ୍ନାକୁ ଆସିବାରେ । ବିଶେଷକରି କୋରୋନାରେ ଘରୋଇ ହସ୍ପିଟାଲର କର୍ମଚାରୀ ଆକ୍ରାନ୍ତ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.