ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟାରେ ନୟାଗଡ ଠାରେ ଅଖିମୁଠି ବୁଣିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଚାଷ କାର୍ଯ୍ୟ ଆରମ୍ଭ ସମୟରେ ନିଜେ ହଳ, ଲଙ୍ଗଳ ବୁଲାଇଲେ ମନ୍ତ୍ରୀ । ଅନ୍ନଦାତାଙ୍କୁ ପ୍ରେରଣା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ।
ନୟାଗଡ ଉପକଣ୍ଠରେ କୃଷି ମନ୍ତ୍ରୀ, ତଥା ନୟାଗଡ ବିଧାୟକ ଅରୁଣ ସାହୁ ପରମ୍ପରା ଅନୁସାରେରେ, ପ୍ରଥମେ ଭୂମି ପୂଜା କରି କୃଷକ ମାନଙ୍କର ଉନ୍ନତି ନିମନ୍ତେ ପ୍ରାର୍ଥନା କରିଥିଲେ । ପରେ ନିଜେ ଚାଷ ଜମିରେ ଚାଷ କରି ଧାନ ଫସଲ ବୁଣିଥିଲେ ।
ଚଳିତ ବର୍ଷ ଚଷା ଭାଇଙ୍କ ସମୃଦ୍ଧି କାମନା କରିବା ସହ କୋରୋନା ସଂକ୍ରମଣକୁ ରୋକିବାକୁ ସରକାରୀ ନିୟମକୁ ପାଳନ କରିବାକୁ କହିଛନ୍ତି । ଚାଷ କାର୍ଯ୍ୟ ସମୟରେ ସାମାଜିକ ଦୂରତା ବଜାୟୀ ରଖିବାକୁ ନିଜ ସୋସିଆଲ ମିଡିଆରେ ପରାମର୍ଶ ମଧ୍ୟ ଦେଇଛନ୍ତି ଅରୁଣ ସାହୁ ।
ଭୁବନେଶ୍ବରରୁ ତପନ ଦାସ ଓ ନୟାଗଡରୁ ଉତ୍ପଳ ସାହୁ , ଇଟିଭି ଭାରତ