ETV Bharat / city

ଆସିଲେ ପଲସରରେ ହାଣିଲେ ଖଣ୍ଡାରେ, ଘରେ ପଶି ଆତଙ୍କ ରଚିଲେ ଆକ୍ରମଣକାରୀ - ଖଣ୍ଡାରେ ହାଣିଲା ଦୁର୍ବୃତ୍ତ

ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଦେଖିବାକୁ ମିଳିଛି ଲୋମହର୍ଷଣକାରୀ ଆକ୍ରମଣ । ଚକେଇଶିଆଣି ଅଞ୍ଚଳରେ ଜଣକ ଘରେ ପଶି ଖଣ୍ଡାରେ ହାଣିଲା ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ବିଶ୍ବଜିତ ସୁତାର ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଝନ୍ତୁ...

ଆସିଲେ ପଲସରରେ ହାଣିଲେ ଖଣ୍ଡାରେ, ଘରେ ପଶି ଆତଙ୍କ ରଚିଲେ ଆକ୍ରମଣକାରୀ

author img

By

Published : Nov 8, 2021, 10:46 PM IST

ଭୁବନେଶ୍ବର: ଗୋଡେଇ‌ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଘରେ ପଶି ରଚିଲେ ଆତଙ୍କରାଜ । ଆଇନକୁ ଖାତିର ନକରି ପୋଲିସକୁ ଭୟ ନକରି ସର୍ବସାଧାରଣରେ ରଚିଲେ ଆତଙ୍କର ଲୋମହର୍ଷଣକାରୀ ଚିତ୍ର । ଯାହାର ପ୍ରତିଫଳ ସ୍ବରୂପ ମଞ୍ଚେଶ୍ବରରେ ଘଟିଛି ଆକ୍ରମଣ ଭଳି ଅଭାବନୀୟ ଘଟଣା । ଜଣେ ଯୁବକଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ଆକ୍ରମଣକାରୀ । ପଲସରରେ ଆସି ଅତି ନିର୍ମମ ଭାବେ ଖଣ୍ଡାରେ ହାଣିଲା ଦୁର୍ବୃତ୍ତ ।

ଚକେଇଶିଆଣି କ୍ଲବ ପାଖରେ ଏପରି ଘଟଣା ଦେଖିବାକୁ ମିଳିଛି । ଆକ୍ରମଣରେ ଶିକାର ହୋଇଛନ୍ତି ବିଶ୍ବଜିତ ସୁତାର ଓରଫ ରିଙ୍କୁ ନାମକ ଯୁବକ । ଆକ୍ରମଣ ପରେ ରିଙ୍କୁଙ୍କ ସହଯୋଗୀ ମୁକେଶ ସାହୁ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲ ନେଇଥିଲେ । ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି ସହଯୋଗୀ ମୁକେଶ ସାହୁ ।

ଗୁରୁତର ଆହତ ବ୍ୟକ୍ତି ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଇନକୁ ହାତକୁ ନେଇ ଏପରି ଆକ୍ରମଣ ଘଟଣା ପୁର୍ବରୁ ଅନେକ ବାର ରାଜଧାନୀରେ ଦେଖିବାକୁ ମିଳିଛି । ହେଲେ ଏନେଇ କୌଣସି ଷ୍ଟ୍ରାଟେଜି ଆପଣାଉନାହିଁ କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.