ETV Bharat / city

ପରୀ ପାଇଁ ନ୍ୟାୟ: ପୁଣି ସିବିଆଇ ତଦନ୍ତ ଦାବି ଦୋହରାଇଲା ବିଜେପି - ସିବିଆଇ ଦାବି ତଦନ୍ତ ଦୋହରାଇଲା ବିଜେପି

ପରୀକୁ ନ୍ୟାୟ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଦଳ । ଅଧିକ ପଢନ୍ତୁ....

ପରୀ ପାଇଁ ନ୍ୟାୟ: ପୁଣି ସିବିଆଇ ଦାବି ତଦନ୍ତ ଦୋହରାଇଲା ବିଜେପି

author img

By

Published : Dec 2, 2020, 1:54 PM IST

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ପରୀ ଝଡ । ନୟାଗଡର 5 ବର୍ଷିୟ ଝିଅ ପରୀକୁ ନ୍ୟାୟ ଦାବିରେ ପଲ୍ଲୀରୁ ଦିଲ୍ଲୀରେ ଚାଲିଛି ବିକ୍ଷୋଭ ଆନ୍ଦୋଳନ । ବିଜେପି ପରୀକୁ ନ୍ୟାୟ ଦାବିରେ ଅଡି ବସିଥିବା ବେଳେ ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ କରି ପରୀ ପାଇଁ ପୁଣି ନ୍ୟାୟ ମାଗିଛି । ପରୀ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛି ଦଳ ।

ପରୀ ପାଇଁ ନ୍ୟାୟ: ପୁଣି ସିବିଆଇ ଦାବି ତଦନ୍ତ ଦୋହରାଇଲା ବିଜେପି

ରାଜ୍ୟ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ପରୀ ଘଟଣାରେ ଅଭିଯୁକ୍ତକୁ ଉଭୟେ ଘଣ୍ଟ ଘୋଡାଉଛନ୍ତି ବୋଲି ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସମୀର ଅଭିଯୋଗ ଆଣି କହିଛନ୍ତି କି, ପରୀ ଏକ ଗରିବ ଡ୍ରାଇଭରର ଝିଅ । ତା ପ୍ରତି ବର୍ବରତା ଏକ ପ୍ରସଙ୍ଗ ନୁହେଁ କି ? ଉଭୟ ବିଜେଡ଼ି ଓ କଂଗ୍ରେସ ଏହି ଘଟଣାରେ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ କରୁଛନ୍ତି ।

ପରୀର ତଦନ୍ତରେ ଅନେକ ଲୋକଙ୍କ ପଲିଗ୍ରାମ ଟେଷ୍ଟ ହୋଇଛି । ପରୀର ପରିବାର ଏହି ଘଟଣାରେ ନ୍ୟାୟ ପାଇବା ଅନେକଙ୍କ ଦ୍ବାରସ୍ଥ ହୋଇଛନ୍ତି । ହେଲେ ଦୁଃଖର କଥା ଏହି ଘଟଣାରେ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପଚରାଉଚରା କରିନାହିଁ । ବିଧାନସଭାରେ ବିରୋଧି ଦଳର ନେତା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

NCBର ସଦ୍ୟ ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୭-୧୮ ଓ ୨୦୧୮-୧୯ରେ ୫୩୨୫ ଶିଶୁ ନିଖୋଜ ହୋଇଛନ୍ତି । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ପୁଣି ଥରେ ସିବିଆଇ ଦାବି ଦୋହରାଇଛି ଦଳ । ତେବେ ଅଭିଯୋଗକୁ ଘଣ୍ଟ ଘୋଡାଉଥିବା ମନ୍ତ୍ରୀଙ୍କ ପାଇଁ ମିଳିତ ଭାବେ ଉଦ୍ୟମ କରୁଛନ୍ତି ଉଭୟ ବିଜେଡ଼ି ଓ କଂଗ୍ରେସ । ଏହି ଘଟଣା ବୟାନ କରୁଛି ରାଜ୍ୟରେ ନିଖୋଜ ହୋଇଥିବା ଶିଶୁଙ୍କର ବାସ୍ତବତା କଣ ? ଆମର ପ୍ରଥମ ଦାବି ସିବିଆଇ ତଦନ୍ତ । ଦ୍ଵିତୀୟ ଦାବି ମନ୍ତ୍ରୀ ମଣ୍ଡଳୀରୁ ଅରୁଣଙ୍କୁ ବହିଷ୍କାର । ବିଧାନସଭାରେ ବିଜେପି ଏହି ଆଲୋଚନା ଚାହୁଁ ଥିବା ବେଳେ ସରକାର ପଳାୟନ ପନ୍ଥୀ ହେଲେ । ବିଜେପି ଏହି ଘଟଣା ନେଇ ଆଗକୁ ଯିବ ବୋଲି ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.