ETV Bharat / city

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ, ସଫଳତା ନେଇ ରାଜନୈତିକ ଦଳର ଦୃଢ଼ୋକ୍ତି - ଓଡ଼ିଶା ପଞ୍ଚାୟତ ନିର୍ବାଚନ ଖବର

ଦୁଇ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଓ ବିଜେପି ଆପଣେଇଥିବା ହିଂସାତ୍ମକ ଆଚରଣର ଫାଇଦା ଉଠାଇବ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ, ସଫଳତା ନେଇ ରାଜନୈତିକ ଦଳର ଦୃଢ଼ୋକ୍ତି

author img

By

Published : Feb 20, 2022, 7:12 PM IST

ଭୁବନେଶ୍ବର: ପଡ଼ିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ । ସିଲ୍‌ ହୋଇଛି ମତଦାତାଙ୍କ ମତ । ଏବେ ଆରମ୍ଭ ହୋଇଛି ରାଜନୈତିକ ଦଳ ମାନଙ୍କ ଆକଳନ । ନୂଆ ସଫଳତା ଆଡକୁ ଦଳ ଯାଉଥିବା କହିଛି ବିଜେଡି । ଦୁଇ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଓ ବିଜେପି ଆପଣେଇଥିବା ହିଂସାତ୍ମକ ଆଚରଣର ଫାଇଦା ଉଠାଇବ ବୋଲି କହିଛି କଂଗ୍ରେସ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ, ସଫଳତା ନେଇ ରାଜନୈତିକ ଦଳର ଦୃଢ଼ୋକ୍ତି

ପ୍ରଥମ ଦୁଇ ପର୍ଯ୍ୟାୟରେ ଉଭୟ ବିଜେପି ଓ ବିଜେଡି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ ଦେଖିଛନ୍ତି । କଂଗ୍ରେସ ଶାନ୍ତିରେ ବିଶ୍ୱାସ କରେ । ଅହିଂସାରେ ରାଜନୀତି କରେ । ବିଜେଡି ଓ ବିଜେପି ଗଣତନ୍ତ୍ରକୁ ସମ୍ମାନ କରନ୍ତୁ । ରକ୍ତମୁଖା ବିଜେପି ଓ ବିଜେଡିକୁ ଜବାବ ଦେବାକୁ ଭୋଟର ପ୍ରସ୍ତୁତ ହୋଇ ଅଛନ୍ତି । ତାହା ଆଜି ପ୍ରତିଫଳିତ ହୋଇଛି । କଂଗ୍ରେସ ୨୦୧୭ ନିର୍ବାଚନ ଓ ପ୍ରଥମ ଦୁଇ ପର୍ଯ୍ୟାୟରେ ଯେଭଳି ପ୍ରଦର୍ଶନ କରିଥିଲା ତାହାଠାରୁ ତୃତୀୟ ପର୍ଯ୍ୟାୟରେ ଭଲ କରିବ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ।

ସେପଟେ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ବିଜେପି ମଧ୍ୟ ଦୃଢ଼ୋକ୍ତି ଦେଇଛି । ଭାରତୀୟ ଜନତା ପାର୍ଟିକୁ ସବୁ ଜାଗାରେ ସମର୍ଥନ ବ୍ୟାପକ ମାତ୍ରାରେ ମିଳୁଛି । ବୁଥ ସ୍ତରରେ ଲୋକେ ବିଜେପି ସହିତ ଯୋଡି ହୋଇ ଅଛନ୍ତି । କେନ୍ଦ୍ର ସରକାର ପଠାଉଥିବା ଟଙ୍କାକୁ ବିଜେଡି ହଡ଼ପ କରୁଥିବା ଲୋକେ ଜାଣି ସାରିଛନ୍ତି । ପ୍ରତି ଗାଁ ଗହଳିରେ ଲୋକ ଏ ନେଇ ସଚେତନ ହୋଇଛନ୍ତି । ସେଥିପାଇଁ ଜନମତ ବିଜେପି ସପକ୍ଷରେ ଯିବ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ଅନ୍ୟପଟେ ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି ଯେ, "ପ୍ରଥମ ଦୁଇ ପର୍ଯ୍ୟାୟ ପରି ତୃତୀୟ ପର୍ଯ୍ୟାୟରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାକୁ ଯାଉଛି । ଗ୍ରାଉଣ୍ଡ ରିୟଲଟି ହେଉଛି ବିଜେଡି ନୂଆ ସଫଳତା ଆଡକୁ ଯାଉଛି । ତୃତୀୟ ପର୍ଯ୍ୟାୟ ଆମକୁ ଅଧିକ ସଫଳତା ଦେବ । ଅତୀତ ନିର୍ବାଚନ ଅପେକ୍ଷା 2022ରେ ବିଜେଡି ନୂଆ ଇତିହାସ ଲେଖିବାକୁ ଯାଉଛି । ଦଳ ପ୍ରତି ଗ୍ରହଣୀୟତା ଓ ନବୀନ ପଟ୍ଟନାୟକଙ୍କ ଯୋଜନା ପ୍ରତି ବିଶ୍ୱାସନୀୟତା ଲୋକଙ୍କ ମନରେ ପ୍ରତୀୟମାନ ହେଉଛି ।"

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.