ETV Bharat / city

ସୋନୁ ଓ ସବ୍ୟଙ୍କ ପରେ ଅସହାୟଙ୍କୁ ସହାୟତା ପାଇଁ ଆଗକୁ ଆସିଲେ ଅନୁଭବ - bhubaneswar news

ଶ୍ରମିକଙ୍କ ଭଗବାନ ସୋନୁ ସୁଡଙ୍କ ପରେ ବେସାହାରାଙ୍କ ବନ୍ଧୁ ସାଜିଛନ୍ତି ଅଭିନେତା ସବ୍ୟସାଚୀ । ନିଜ ଟ୍ବିଟ୍‌ରେ ସାଂସଦ ଅନୁଭବ ଜଣେ କର୍କଟ ପୀଡିତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ...

ସୋନୁ ଓ ସବ୍ୟଙ୍କ ପରେ ଅସହାୟଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିଲେ ଅନୁଭବ

author img

By

Published : Sep 12, 2020, 6:31 PM IST

ଭୁବନେଶ୍ବର: ଶ୍ରମିକଙ୍କ ଭଗବାନ ସୋନୁ ସୁଡଙ୍କ ପରେ ବେସାହାରାଙ୍କ ବନ୍ଧୁ ସାଜିଛନ୍ତି ଅଭିନେତା ସବ୍ୟସାଚୀ । ଆଉ ଏବେ ଏହି ତାଲିକାରେ ନିଜ ନାଁକୁ ସାମିଲ କରିବାକୁ ଆଗେଇ ଆସିଛନ୍ତି ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି । ଟ୍ବିଟ୍ କରି ସାଂସଦ ଅନୁଭବ ଜଣେ କର୍କଟ ପୀଡିତାଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।

ସୋନୁ ଓ ସବ୍ୟଙ୍କ ପରେ ଅସହାୟଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିଲେ ଅନୁଭବ
ସୋନୁ ଓ ସବ୍ୟଙ୍କ ପରେ ଅସହାୟଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିଲେ ଅନୁଭବ

ପ୍ରକାଶ ଥାଉ କି, ସୁକାନ୍ତ କୁମାର ମେହେର ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଜଣେ କର୍କଟ ପୀଡିତା ଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଡଙ୍କୁ ନିବେଦନ କରିବା ସହ ତାଙ୍କୁ ଟ୍ବିଟରେ ଟ୍ୟାଗ କରିଥିଲେ । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ପୀଡିତା ଜଣକ କର୍କଟ ରୋଗର 4ର୍ଥ ପର୍ଯ୍ୟାୟରେ ଅଛନ୍ତି । ଏନେଇ ସେ ସରକାରଙ୍କୁ ମଧ୍ୟ ଜଣାଇଥିଲେ । ହେଲେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ସମୟ ସହ ତାଙ୍କ ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଛି । ଏହାସହ ଉକ୍ତ ଟ୍ବିଟର ବ୍ୟବହାରକାରୀ ଜଣକ ପୀଡିତାଙ୍କ କିଛି ଡକ୍ୟୁମେଣ୍ଟ ମଧ୍ୟ ସେୟାର କରିଥିଲେ ।

ଏବେ ସୁକାନ୍ତଙ୍କ ଏହି ଟ୍ବିଟକୁ ଅଭିନେତା ତଥା ସାଂସଦ ଅନୁଭବ ରିଟ୍ବିଟ କରିବା ସହ ଉକ୍ତ ପୀଡିତାଙ୍କ ଯୋଗଯୋଗ ନମ୍ବର ଦେବାକୁ କହିଛନ୍ତି । ଆଉ ନିଜ ସକ୍ଷମ ଅନୁଯାୟୀ ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.