ETV Bharat / city

ରାଜସ୍ଥାନ ପରେ ଓଡିଶାରେ ବି 100 ଟପିଲା ଡିଜେଲ - ତୈଳ ଦର ବୃଦ୍ଧି

ପେଟ୍ରୋଲ ଦାମ ଲିଟର ପିଛା 100 ଟଙ୍କା ପାର କରିବା ପରେ ଏବେ ଡିଜେଲ ବି ମାରିଲାଣି ଶତକ । ଓଡିଶାର ଏହି ସ୍ଥାନରେ ଡିଜେଲ ଦାମ ଲିଟର ପିଛା 100 ଟଙ୍କା ଟପିଛି । ଅଧିକ ପଢନ୍ତୁ..

ରାଜସ୍ଥାନ ପରେ  ଓଡିଶାରେ ବି  100 ଟପିଲା ଡିଜେଲ
ରାଜସ୍ଥାନ ପରେ ଓଡିଶାରେ ବି 100 ଟପିଲା ଡିଜେଲ
author img

By

Published : Jun 22, 2021, 10:40 PM IST

ଭୁବନେଶ୍ବର: କୋରୋନା କାଳରେ ଜାରି ରହିଛି ମହଙ୍ଗା ମାଡ । ଇନ୍ଧନ ଦାମ ବୃଦ୍ଧି ଲୋକଙ୍କ ନିଦ ହଜେଇ ଦେଲାଣି । ପେଟ୍ରୋଲ ଦାମ ଲିଟର ପିଛା 100 ଟଙ୍କା ପାର କରିବା ପରେ ଏବେ ଡିଜେଲ ବି ମାରିଲାଣି ଶତକ ।

ରାଜସ୍ଥାନ ପରେ ଓଡିଶାରେ ବି ଡିଜେଲ ଲିଟର ପିଛା 100 ଟଙ୍କା ପାର କରିଛି । ସାର୍ବଜନୀକ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀ ମୂଲ୍ୟ ଅଧିସୂଚନା ଅନୁସାରେ ମଙ୍ଗଳବାର ପେଟ୍ରୋଲ ଦାମ ଲିଟର ପ୍ରତି 28 ପଇସା ଓ ଡିଜେଲ 26 ପଇସା ବଢିଛି । ମେ 4 ପରେ ଗାଡି ଇନ୍ଧନ ଦାମରେ ଏହା 28 ତମ ବୃଦ୍ଧି ।

ଦିଲ୍ଲୀରେ ପେଟ୍ରୋଲ ଏହାର ସର୍ବକାଳୀନ ସ୍ତର ଲିଟର ପ୍ରତି 97.50 ଟଙ୍କାରେ ପହଞ୍ଚିଛି । ସେପଟେ ଡିଜେଲ ଦାମ ଲିଟର ପିଛା 88.23 ଟଙ୍କା ରହିଛି ।

ଭାଟ ଓ ଭଡା ଯୋଗୁଁ ବିଭିନ୍ନ ରାଜ୍ୟରେ ଇନ୍ଧନ ଦାମ ଭିନ୍ନ ଭିନ୍ନ ରହିଥାଏ । ଏହି କାରଣରୁ ଏବେ ଅନେକ ସ୍ଥାନରେ ପ୍ରଥମେ ପେଟ୍ରୋଲ ଓ ଏବେ ଡିଜେଲ ଲିଟର ପ୍ରତି 100 ଟଙ୍କା ପାର ହୋଇଛି ।

ରାଜସ୍ଥାନ ଶ୍ରୀଗଙ୍ଗାନଗର ଓ ହୁନୁମାନଗଡରେ ପେଟ୍ରୋଲ ଲିଟର ପ୍ରତି 100 ଟଙ୍କା ପାର କରିଥିଲା । ଆଉ ଏବେ ରାଜ୍ୟର ମାଲକାନଗିରିରେ ଓ କୋରାପୁଟରେ ପେଟ୍ରୋଲ ଲିଟର 100 ଟଙ୍କା ଡେଇଁଛି ।

9 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ( ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା , କର୍ଣ୍ଣାଟକ, ଜମ୍ମୁକାଶ୍ମୀର , ଓଡିଶା, ଲଦାଖ) ରେ ପେଟ୍ରୋଲ ଖୁଚୁରା ଦାମ 100 ଟଙ୍କା ପାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.