ETV Bharat / city

ଖୋର୍ଦ୍ଧା ପରେ ଝାରପଡ଼ା ଜେଲ ଭିତର ଭିଡିଓ ଭାଇରାଲ

author img

By

Published : Jun 9, 2020, 5:19 AM IST

ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଯେ, ଜେଲ ଭିତରୁ ଏହି ଭିଡିଓ କିଏ ଭାଇରାଲ କରୁଛି? ଏବଂ ଜେଲ ଭିତରେ ଏହି ନିଶାକାରବାରେ କାହାର ମାଷ୍ଟର ମାଇଣ୍ଡ ରହିଛି ?

after-khordha-sub-jail-jharpada-jails-insider-video-went-viral
ଖୋର୍ଦ୍ଧା ପରେ ଝାରପଡ଼ା ଜେଲ ଭିତର ଭିଡିଓ ଭାଇରାଲ

ଭୁବନେଶ୍ବର: ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜେଲ ଭିତର ଭିଡିଓ । ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜେଲ ଭିତର କଳା କାରନାମ ଏବେ ସାମ୍ନାକୁ ଆସିବାରେ ଲାଗିଛି । କିପରି ଜେଲ ଭିତରେ କଏଦୀ ମାନେ ଟଙ୍କା ବଦଳରେ ନିଶା ଜାତୀୟ ଦ୍ରବ୍ୟ ପାଇ ପାରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ବସ୍ତୁ ପଲାଟିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଯେ, ଜେଲ ଭିତରୁ ଏହି ଭିଡିଓ କିଏ ଭାଇରାଲ କରୁଛି? ଏବଂ ଜେଲ ଭିତରେ ଏହି ନିଶାକାରବାରେ କାହାର ମାଷ୍ଟର ମାଇଣ୍ଡ ରହିଛି ?

ଏନେଇ ଜେଲ ଏଡିଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଏସପି ଏବଂ ଜିଲ୍ଲାପାଳଙ୍କୁ ତଦନ୍ତର ଭାର ଦିଆଯାଇଛି । କିପରି ଓ କେଉଁ ପରିସ୍ଥିତିରେ ଏସବୁ ଭିଡିଓ ସାମ୍ନାକୁ ଆସୁଛି ଏବଂ ଜେଲ ଭିତରେ ଏହି ନିଶା କାରବାର କିପରି ଚାଲିଛି, ଏ ସବୁର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜେଲ ଏଡିଜି ସନ୍ତୋଷ ଉପାଧ୍ୟାୟ । ସେପଟେ ଭାଇରାଲ ହୋଇଥିବା ଖୋର୍ଦ୍ଧା ସବଜେଲ ଭିଡିଓ ଘଟଣାକୁ ଖୋର୍ଦ୍ଧା ଏସିପି ସ୍ବୀକାର କରିଛନ୍ତି । ଭିଡ଼ିଓରେ ଥିବା ଦୃଶ୍ୟ ଜେଲର 5ନଂ ୱାର୍ଡର ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ । ତେବେ ଭିଡିଓଟି କେଉଁ ସମୟର ତାହା ଜଣାପଡିନଥିବା ବେଳେ ତଦନ୍ତ ରିପୋର୍ଟ ଏସପି ଜିଲ୍ଲାପାଳଙ୍କୁ ଦେଇଥିବା ସେ ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ଗତ କିଛି ଦିନ ତଳେ ଖୋର୍ଦ୍ଧା ସବଜେଲ ଭିତରର ଭିଡିଓ ଭାଇରାଲ ହୋଇଥିଲା । ଆଉ ଏବେ ସମାନ ଭାବେ ଝାରପଡା ଜେଲ ଭିତର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଉଭୟ ଭିଡିଓ କଏଦୀମାନେ କିପରି ଟଙ୍କା ବଦଳରେ ନିଶା ଜାତୀୟ ଦ୍ରବ୍ୟ ପାଇ ପାରୁଛନ୍ତି ତାହା ଦେଖଇବାକୁ ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.