ETV Bharat / city

ସରିଲା ଶାରଦୀୟ ପୂଜା, ନଦୀପଠାରେ ଜମିଲା କୁଢକୁଢ ଆବର୍ଜନା

author img

By

Published : Oct 10, 2019, 7:50 PM IST

ସରିଛି ଶାରଦୀୟ ଦୁର୍ଗା ପୂଜା । ସାଥୀରେ ସରିଛି ମହାମାୟୀଙ୍କ ଭସାଣି ଯାତ୍ରା । ଆଉ ଏବେ ନଦୀ ପଠାରେ ଜମିଛି କୁଢ କୁଢ ଅଳିଆ । ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ୍ତା ନେଇ ଧରାପୃଷ୍ଠକୁ ଆସିଥିବା ଜଗତଜନନୀ ବିଦାୟ ନେଇଛନ୍ତି ସତ ପରିବେଶକୁ ପ୍ରଦୂଷଣମୁକ୍ତ କରିବାରେ ଫେଲ ମାରିଛି ପ୍ରଶାସନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସରିଛି ଶାରଦୀୟ ଦୁର୍ଗା ପୂଜା । ସାଥୀରେ ସରିଛି ମହାମାୟୀଙ୍କ ଭସାଣି ଯାତ୍ରା । ଆଉ ଏବେ ନଦୀ ପଠାରେ ଜମିଛି କୁଢ କୁଢ ଅଳିଆ । ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ୍ତା ନେଇ ଧରାପୃଷ୍ଠକୁ ଆସିଥିବା ଜଗତଜନନୀ ବିଦାୟ ନେଇଛନ୍ତି ସତ ପରିବେଶକୁ ପ୍ରଦୂଷଣମୁକ୍ତ କରିବାରେ ଫେଲ ମାରିଛି ପ୍ରଶାସନ। ଫଳରେ ଭସାଣି ପରେ ଏବେ ବି ନଦୀ କୂଳରେ ପଡି ରହିଛି କୁଢ କୁଢ ଅଳିଆ ଆବର୍ଜନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏ ଦୃଶ୍ୟ ହେଉଛି ସ୍ଥାନୀୟ କୂଆଖାଇ ନଦୀପଠାର । ଚଳିତବର୍ଷ ଭସାଣି ପରେ କୃତ୍ରିମ ପୋଖରୀକୁ ସଫା କରି ଅଳିଆ ଆବର୍ଜନାକୁ ଅନ୍ୟତ୍ର ପକାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଠାରେ କାର୍ଯ୍ୟକାରୀ ହୋଇ ପାରିନାହିଁ ସେହି ଯୋଜନା । ବୁଧବାର ରାଜଧାନୀର ପ୍ରାୟ 150ରୁ ଉର୍ଦ୍ଧ୍ବ ମେଢ ଏହି କୂଆଖାଇ ନଦୀ କୂଳରେ ଏକ କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା । ହେଲେ ବିସର୍ଜନକୁ 12 ଘଣ୍ଟା ବିତିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଅନ୍ୟପକ୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିଷ୍ପତି ଅନୁଯାୟୀ କୁତ୍ରିମ ପୋଖରୀର ପାଣିକୁ ପ୍ରଥମେ ପରୀକ୍ଷା କରାଯିବ, ତା’ପରେ ସେହି କୁତ୍ରିମ ପୋଖରୀକୁ ବାଲି ସାହାଯ୍ୟରେ ପୋତି ଦିଆଯିବା ନେଇ ନିଷ୍ପତି ନିଆଯାଇଛି। ତେବେ କୁଢ କୁଢ ଅଳିଆ ପଡିଥିବା ନଦୀପଠାକୁ କେବେ ସଫା କରିବ ପ୍ରଶାସନ ତାହା ଦେଖିବାର ଅଛି।

ସୂଚନା ଅନୁଯାୟୀ, ରାଜଧାନୀର କୂଆଖାଇ ନଦୀ ଘାଟରେ ଦୁଇଟି କୁତ୍ରିମ ପୋଖରୀ କରାଯାଇଛି। ଯେଉଁଠାରେ କ୍ରେନ ସାହାଯ୍ୟରେ ମୂର୍ତ୍ତିକୁ ବିସର୍ଜନ କରାଯାଉଥିଲା। ଯେପରି ନଦୀ ଜଳ ଦୂଷିତ ନହୁଏ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେଇଥିଲା। ହେଲେ ଭସାଣି ପରେ ପୁଣି ଶୋଇ ପଡିଛି ପ୍ରଶାସନ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସରିଲା ଭସାଣି, ନଦୀ ପଠାରେ ପଡିରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା।

ସରିଛି ମହାମାୟାଙ୍କ ଭାଷାଣି ଶୋଭାଯାତ୍ରା। ଅସତ ଉପରେ ସତ୍ୟର ବିଜୟ ବାର୍ତ୍ତା ନେଇ ଧରାପୃଷ୍ଠକୁ ଓହ୍ଲାଇଥିବା ମା ଙ୍କୁ ଜାକଜମକରେ ବିଦାୟ ଦେଇଛନ୍ତି ବିଦାୟ ହେଲେ ପ୍ରଦୂଷଣ ମୁକ୍ତ କରିବାରେ ପ୍ରଶାସନ ମାରିଛି ଫେଲ। ଏବେ ବି କୁଢ଼ କୁଢ଼ ଭାବରେ ନଦୀ ପଠା ରେ ପଡିରହିଛି ଅଳିଆ ଆବର୍ଜନା।

Body:

ସରିଲା ଭାଷାଣି ଯାତ୍ରା। ସରିଛି ପ୍ରଶାସନର କାର୍ଯ୍ୟକ୍ରମ। ହେଲେ କୁଆଖିଆ ନଦୀ ପଠା ରେ ପଡି ରହିଛି କୁଢ଼ କୁଢ଼ ଅଳିଆ। ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଥିବା ବେଳେ ଭାଷାଣି ପରେ ସୋଇପଡିଛି ପ୍ରଶାସନ। ଭାଷାଣି ପରେ କରାଯାଇଥିବା କୃତ୍ରିମ ପୋଖରୀ କୁ ସଫା କରି ଅଳିଆ ଆବର୍ଜନା କୁ ଅନ୍ୟତ୍ର ପକାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ତାହା କାର୍ଯ୍ୟକାରୀ ହେଉନାହିଁ।
ବୁଧବାର ରାଜଧାନୀର ପ୍ରାୟ ୧୫୦ ରୁ ଉର୍ଧ ମେଢ଼ କୁଆଖାଇ ନଦୀ ଘାଟ ରେ ଏକ କୃତ୍ରିମ ପୋଖରୀ କରି ସେଥିରେ ପକାଇବା ପାଇଁ ନିର୍ଦେଶ ରହିଥିଲା। ଯେପରି ନଦୀ ପାଣି ଦୂଷିତ ନହୁଏ। ସେଥିପ୍ରତି ଏହିପରି ନିଷ୍ପତି ନିଆଯାଇଥିଲା। ତେବେ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାଇହିଁ। କୁଡ଼ କୁଡ଼ ଅଳିଆ ଆବର୍ଜନା ସେହିଭଳି ଭାବରେ ପଡିରହିଛି। ଅନ୍ୟ ପକ୍ଷରେ ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ର ନିଷ୍ପତି ଅନୁଯାଇ କୁତ୍ରିମ ପୋଖରୀ ର ପାଣି କୁ ପ୍ରଥମେ ପରୀକ୍ଷା କରାଯିବ ତାପରେ ସେହି କୁତ୍ରିମ ପୋଖରୀକୁ ବାଲି ସାହାଯ୍ୟରେ ପୋତିଦିଆଯିବା ବୋଲି ନିଷ୍ପତି କରାଯାଇଛି। ତେବେ କୁଢ଼ କୁଢ଼ ଅଳିଆ ପଡିଥିବା ନଦୀ ପଠାରେ କେବେ ସଫା କରିବ ପ୍ରଶାସନ ତାହା ଦେଖିବାର ଅଛି।
ସୂଚନା ଅନୁଯାୟୀ, ରାଜଧାନୀର କୁଆଖାଇ ନଦୀ ଘାଟ ରେ ଦୁଇଟି କୁତ୍ରିମ ପୋଖରୀ କରାଯାଇଛି। ଯାହା କ୍ରେନ ସାହାଯ୍ୟରେ ମୃତ୍ତି କୁ ସେହି କୁତ୍ରୀମ ପୋଖରୀରେ ପକାଯାଉଥିଲା। ସେପରି ନଦୀ ଜଳ ଦୂଷିତ ନହୁଏ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେଇଥିଲା। ହେଲେ ଭାସାଣି ପରେ ସୋଇପଡିଛି ପ୍ରଶାସନ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.