ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଟାକ କଲେ ବିରୋଧୀ

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ ଏନେଇ ଉତ୍କଳ ଦିବସ ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଏପ୍ରିଲ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗରିବ ହିତାଧିକାରୀଙ୍କୁ ମିଳିବ ଏହି ସୁବିଧା। ତେବେ ବିଜେପି ଏହାକୁ ସହଜରେ ଗ୍ରହଣ କରି ପରିନି । ସେପଟେ କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି ଖାଦ୍ୟ ସୁରକ୍ଷା ଆଇନ ମନମୋହନ ସରକାର ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଟାକ କଲେ ବିରୋଧୀ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଟାକ କଲେ ବିରୋଧୀ
author img

By

Published : Apr 1, 2022, 10:36 PM IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ସାମଗ୍ରୀ ବଣ୍ଟନ କରିବା ନେଇ ଘୋଷଣା କରିବା ପରେ ତେଜିଲା ରାଜନୀତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ ଏନେଇ ଉତ୍କଳ ଦିବସ ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଏପ୍ରିଲ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗରିବ ହିତାଧିକାରୀଙ୍କୁ ମିଳିବ ଏହି ସୁବିଧା। ତେବେ ବିଜେପି ଏହାକୁ ସହଜରେ ଗ୍ରହଣ କରି ପରିନି। ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ 6 ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ସାମଗ୍ରୀ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ କାହିଁକି ଆଜି ଘୋଷଣା କଲେ ? ଯଦି ଦେବାର ଥିଲା ତେବେ ପୂର୍ବରୁ କଣ ପାଇଁ ଦେଲେ ନାହିଁ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଟାକ କଲେ ବିରୋଧୀ

କେନ୍ଦ୍ର ସରକାରଙ୍କ ଯୋଜନାକୁ କପି ପେଷ୍ଟ କରୁଛି ବିଜେଡି ସରକାର। କେନ୍ଦ୍ର ଯୋଜନାକୁ ନିଜେ ବ୍ୟବହାର କରି ଶସ୍ତା ରାଜନୀତି କରୁଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଗରିବ ଜନସାଧାରଣଙ୍କ ପାଇଁ ଏତେ ଦରଦ ତେବେ ପ୍ରଧାନମନ୍ତ୍ରୀ ଘୋଷଣା ପୂର୍ବରୁ କାହିଁକି କଲେ ନାହିଁ ? କେନ୍ଦ୍ର ଦେବା ପରେ ନିଜେ ଦେଉଛନ୍ତି କହି ଲୋକଙ୍କୁ ପ୍ରଭାବିତ କରିବେ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

ସେପଟେ କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି ଖାଦ୍ୟ ସୁରକ୍ଷା ଆଇନ ମନମୋହନ ସରକାର ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ନବୀନ ଦିଅନ୍ତୁ ଭଲ କଥା । ହେଲେ ଯଦି ଗରିବ ଲୋକଙ୍କ ପ୍ରତି ଏତେ ଦରଦ ଅଛି ତେବେ ତୈଳ ଦର ଉପରେ ଭ୍ୟାଟ ଟିକସ କମାନ୍ତୁ ତାହେଲେ ଜାଣିବା ଜନସାଧାରଣଙ୍କ କଥା ଏମାନେ ଭାବୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.