ETV Bharat / city

'ସର୍ବଦଳୀୟ ନୁହେଁ, ଲୋକ ଦେଖାଣିଆ ବୈଠକ' - କୋରୋନାକୁ ନେଇ ସର୍ବଦଳୀୟ ବୈଠକ

କୋରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଆଯାଇଛି ନିଷ୍ପତ୍ତି । ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ...

'ସର୍ବଦଳୀୟ ବୈଠକ ନୁହେଁ, ଲୋକ ଦେଖାଣିଆ ବୈଠକ'
'ସର୍ବଦଳୀୟ ବୈଠକ ନୁହେଁ, ଲୋକ ଦେଖାଣିଆ ବୈଠକ'
author img

By

Published : May 17, 2021, 10:27 PM IST

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଆଯାଇଛି ନିଷ୍ପତ୍ତି । ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି ବିରୋଧୀ । ଓଡ଼ିଶା ସରକାର କେବଳ ପ୍ରଶାସନିକ ସ୍ତରରେ କୋଭିଡ ମୁକାବିଲା କରିବା ପାଇଁ ଭାବୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଯାହା ନିଷ୍ପତ୍ତି ନିଆଯାଇଛି ତାହା କେବେ ସଫଳ ହେବ ନାହିଁ । ପଞ୍ଚାୟତ ସ୍ତରରେ କୋଭିଡ କ୍ରାଇସେସ ମ୍ୟାନେଜମେଣ୍ଟ କମିଟି ଗଠନ କରିବା ପାଇଁ ଦାବି କରିଛି ବିଜେପି ।

'ସର୍ବଦଳୀୟ ବୈଠକ ନୁହେଁ, ଲୋକ ଦେଖାଣିଆ ବୈଠକ'

ସମସ୍ତ ବିଧାୟକ ଉଦବେଗକୁ ନୋଟ କରାଯାଇ ସମସ୍ୟାର ସମାଧାନ କରାଯାଉ । ସର୍ବଦଳୀୟ ବୈଠକ କେବଳ ଲୋକଦେଖାଣିଆ ଭାବେ ଡ଼କାଯାଇଥିଲା ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦ୍ୱିତୀୟ ଲହରରେ ଶେଷ ହେବାକୁ ବସିଥିବା ବେଳେ ତୃତୀୟ ଲହର ଆସିବାକୁ ବସିଲାଣି । ସରକାର ଏ ପର୍ଯ୍ୟନ୍ତ ହେଲ୍ପ ଡେ଼କ୍ସ ଖୋଲି ପାରିଲେ ନାହିଁ । ସେହିପରି ଗାଁ ଟିଏମସି ଖୋଲିଲେ ନାହିଁ । ତେବେ ଏ ପ୍ରସ୍ତୁତି କାହା ପାଇଁ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ କୋଭିଡର ମୁକାବିଲା ପାଇଁ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋଭିଡରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀ କିମ୍ବା ବାପା ଓ ମା’ଙ୍କୁ ହରାଇଥିବା ଶିଶୁଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ । ଏହାସହ ପିଲାଙ୍କୁ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯିବ । ଆସନ୍ତା ମେ’ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ (ANM) ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.