ETV Bharat / city

୫ ଦିନ ପରେ ଅପହୃତା ଠିକାଦାର ଉଦ୍ଧାର, ୩ ଗିରଫ

ଅପହୃତ ଠିକାଦାର ବାଲେଶ୍ବରରୁ ଉଦ୍ଧାର। ଏହି ମାମଲାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ତେବେ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।

author img

By

Published : Jun 27, 2019, 8:29 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ୱର: ରାଜଧାନୀରୁ ଅପହୃତ ଠିକାଦାର ବାଲେଶ୍ୱରରୁ ଉଦ୍ଧାର। ଏହି ମାମଲାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।

ଖବର ଅନୁସାରେ, ଜୁନ ୨୦ ତାରିଖରେ ବିକ୍ରମ କେଶରୀ ବଳ ଅଫିସ କାମସାରି ଘରକୁ ଫେରୁଥିବା ବେଳେ ପୁରୀ ବାଇପାସ୍ ନିକଟରେ ଏକ ବୋଲେରୋ ଗାଡ଼ି ଅଟକାଇଥିଲା । ଏହି ଗାଡ଼ିରୁ ପ୍ରାୟ ୮-୧୦ ଜଣ ଅଜଣା ଯୁବକ ବିକ୍ରମଙ୍କୁ ଅଟକାଇ ଅପହରଣ କରିନେଇଥିଲେ ।

ଏହି ଘଟଣା ପରେ ବିକ୍ରମଙ୍କ ସାନ ଭାଇ ରାକେଶ କୁମାର ବଳ ୨୧ ତାରିଖରେ ଥାନାରେ ଏକ ଅପହରଣ ମାମଲା ରୁଜୁ କରିଥିଲେ। ଏହାସହ ଅପହରଣରେ ବାଲେଶ୍ଵରର ଜଣେ ଯୁବକ ଏସ.କେ ମିଞ୍ଜା ଉପରେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ବିକ୍ରମଙ୍କ ଭାଇର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ସୂଚନା ଅନୁଯାୟୀ, ବିକ୍ରମ ଜଣେ ଠିକାଦାର ହୋଇଥିବା ବେଳେ ତାଙ୍କ ପାଖରେ ରହି କାମ କରୁଥିଲା ଏସ.କେ ମିଞ୍ଜା । ବ୍ୟବସାୟିକ ସମସ୍ୟାରେ କ୍ଷତି ହେବାରୁ ବିକ୍ରମଙ୍କୁ ଅପହରଣ କରିବା ପାଇଁ ମିଞ୍ଜା ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି।

ବିକ୍ରମଙ୍କ ପରିବାରଙ୍କୁ ପ୍ରଥମେ ୬ ଲକ୍ଷ ଟଙ୍କା ଦେବା ପାଇଁ ଅପହରଣକାରୀ କହିଥିବା ବିକ୍ରମଙ୍କ ପିତା ଏହି ବିଷୟରେ ପୋଲିସକୁ କହିଥିଲେ । ଯାହା ଫଳରେ ଫୋନ କଲକୁ ଟ୍ରାକ କରି ପୋଲିସ ବାଲେଶ୍ଵରର ରୁପ୍ସା ଅଞ୍ଚଳରେ ରହିଥିବା ଖବର ପାଇଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ଚଢାଉ କରି ବିକ୍ରମଙ୍କୁ ଉଦ୍ଧାର କରିବା ସହ ଏସ କେ ମିଞ୍ଜା ଓ ଅନ୍ୟ ୨ ସହଯୋଗୀ ତଏସକେ ରାଜା ଓ ଏସକେ ଇମ୍ରାନକୁ ଗିରଫ କରିଛି କମିଶନରେଟ ପୋଲିସ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

d

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.